ଜଗତପୁରରେ କୃଷ୍ଣେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଓ ନଗର ପରିକ୍ରମା
ଜଗତପୁର(ଏନ୍.ଏମ୍): ନିମପୁର କୃଷ୍ନେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ବହୁ ଆଡମ୍ବରରେ ଶୀତଳ ଷଷ୍ଠୀରେ ପାଳିତ ହୋଇଯାଇଛିା ଏହି ଉତ୍ସବକୁ ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମନ୍ଦିର ଉନ୍ନୟନ କମିଟିର କର୍ମକର୍ତ୍ତା ମାନେ ପ୍ରଭୁଙ୍କର ମେ ୩ ତାରିଖ ଶୁକ୍ରବାର ସଂନ୍ଧ୍ୟା ସମୟରେ ରୀତିନୀତି ଅନୁସାରେ ବରଧରା ଉତ୍ସବରେ କନ୍ୟା ପକ୍ଷ ଯୁଗଳ ପଣ୍ଡା ସଂନ୍ଧ୍ୟା ସମୟରେ ବର ପକ୍ଷ ଘର ଜଗତପୁର ବ୍ରଜ କିଶୋର ପଣ୍ଡାଙ୍କ ଘରକୁ ତାଟ ନିମତ୍ରଣ ନେଇ ଯାଇଥିଲେ ଏବଂ ୪ ତାରିଖରେ ସଂନ୍ଧ୍ୟା ୮ଘଟିକା ସମୟରେ ହର ପାର୍ବତୀଙ୍କ ବିବାହ ପାଣି ଗ୍ରହଣ ଉତ୍ସବ ଓ ଭକ୍ତ ମାନଙ୍କ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏବଂ ୫ ତାରିଖରେ ହର ପ୍ରାର୍ବତୀ ନଗରପରିକ୍ରମା କରାଯିବ । ଭକ୍ତମାନେ ପ୍ରଭୁଙ୍କ ଏହି ନଗର ପରିକ୍ରମାରେ ପ୍ରଭୁଙ୍କର ଦର୍ଶନ କଲେ ଇଶ୍ୱରୀୟ କୃପା ଲାଭ ମିଳିଥାଏ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଅଛି । ଦିନେ ମରହଟା ରାଜା ଭୁପତି ପଣ୍ଡିତ ଅଶ୍ୱପୃଷ୍ଟରେ ଏହି ବାଟ ଦେଇ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ହଠାତ ଅଶ୍ୱଖୁରା ଆଘାତରେ ସେଠାରେ ବାଲି ଉପରେ ରକ୍ତ ଝରିବାରେ ଲାଗିଥିଲା । ରାଜା ସଙ୍ଗେ ସଙ୍ଗେ ତାଙ୍କର ସୈନ୍ୟ ସାମନ୍ତଙ୍କୁ ସେହି ଯାଗାଟିକୁ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିଛି ସମୟ ଖୋଳିଲା ପରେ ଏକ ପାତାଳଫୁଟି ଶିବ ଲିଙ୍ଗ ଦୃଶ୍ୟମାନ ହୋଇଥିଲା । ପାଖରେ ଥିବା ଏକ ବର ଗଛ ମୂଳେ ସୈନ୍ୟସାମନ୍ତ ମାନଙ୍କୁ ବିଶ୍ରାମ କରିବା ପାଇଁ ଛାଡି ପ୍ରଭୁଙ୍କର ଶରଣାପନ୍ନ ହୋଇଥିଲେ । ସେହିଦିନ ରାତିରେ ରାଜାଙ୍କୁ ମନ୍ଦିର ନିର୍ମାଣ ପାଇଁ ସ୍ୱପ୍ନାଦେଶ ହେବାରୁ ସେଠାରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା । ରାଜା କୁଷ୍ଠ ରୋଗରୁ ମୁକ୍ତ ହୋଇଥିବାରୁ ଏବଂ ଜଗନ୍ନାଥ ବା କୃଷ୍ଣଙ୍କର ଦର୍ଶନ ପାଇଁ ଯାଉଥିବାରୁ ଏହି ପିଠର ନାମ କୃଷ୍ଣେଶ୍ୱର ନାମରେ ନାମିତ ହୋଇଥିଲା । ଆଉ ଏବେ ମଧ୍ୟ ଶିବ ଲିଙ୍ଗ ଉପରେ ଅଶ୍ୱଖୁରା ଚିହ୍ନ ମଧ୍ୟ ଦେଖିବାକୁ ମିଳିଥାଏ । ସେହି ମନ୍ଦିର ପୂଜାର୍ଚ୍ଚନା ପାଇଁ ବ୍ରାହ୍ମଣ ବା ରାଉଳ ସେବକ ମାନଙ୍କୁ ଭୂମି ଓ ସମ୍ପତ୍ତି ଦେଇଥିବା କଥା ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ଚଉତିଶାରେ ଉଲ୍ଲେଖ ରହିଛି ।