ଚୌଦ୍ୱାର ପୌର ପରିଷଦର ନୂଆ ଇତିହାସ : ଇସ୍ତଫା ଦେଲେ ବିଜେଡି କାଉନସିଲର

ଚୌଦ୍ୱାର ପୌର ପରିଷଦର ନୂଆ ଇତିହାସ : ଇସ୍ତଫା ଦେଲେ ବିଜେଡି କାଉନସିଲର

ଚୌଦ୍ୱାର ପୌର ପରିଷଦର ନୂଆ ଇତିହାସ : ଇସ୍ତଫା ଦେଲେ ବିଜେଡି କାଉନସିଲର

News by Smruti Ranjan Tripathy (Choudwar)

#ଚୌଦ୍ୱାର (ଏନ୍‌.ଏମ୍‌.): ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗରେ ସେ ପାରିଷଦ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ତେବେ ଏହା କୌଣସି ବିରୋଧୀ କଂଗ୍ରେସ କି ବିଜେପି ଦଳର କାଉନସିଲର ନଥିଲେ ଖୋଦ ଶାସକ ଦଳର ଜଣେ ସ୍ୱାଭିମାନୀ କାଉନସିଲର ଭାବେ ବହୁ ଭୋଟରେ ନିର୍ବାଚିତ ହୋଇଥିଲେ । ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଚୌଦ୍ୱାର ପୌର ପାଳିକା ୧୦ ନମ୍ବର ୱାର୍ଡ଼ କାଉନସିଲର ବିଜୟ କୁମାର ମଲ୍ଲିକ । ସେ ଇସ୍ତଫା ଦେବା ଘଟଣା ଚୌଦ୍ୱାର ପୌର ପରିଷଦ ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧି ଏପରିକି ଶାସକ ଦଳର କେହି ଇସ୍ତଫା ଦେଇନଥିବାବେଳେ ଶ୍ରୀ ମଲ୍ଲିକ ପ୍ରଥମ ବୋଲି କୁହାଯାଉଛି । ସେ ଇସ୍ତଫା ଦେବାର ପ୍ରକୃତ କାରଣ ନିଜେ କହିନଥିଲେ ମଧ୍ୟ ସ୍ଥାନୀୟ ଚୌଦ୍ୱାର-କଟକ ବିଧାୟକ, କଟକ ସାଂସଦ, କଟକ ଜିଲ୍ଲା ବିଜେଡି ସଭାପତି, ଚୌଦ୍ୱାର ପୌରାଧ୍ୟକ୍ଷା ତଥା ଜିଲ୍ଲାପାଳଙ୍କୁ ଏ ନେଇ ସେ ଶାରିରୀକ ଓ ମାନସିକ ଅସୁସ୍ଥତା ହେତୁ ନିଜ ପଦବୀରୁ ଇସ୍ତଫା ଦେଉଥିବା ପ୍ରଦତ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି । ହେଲେ ଶ୍ରୀ ମଲ୍ଲିକଙ୍କ ଭଳି ଜଣେ ସଚ୍ଚୋଟ, ପରୋପକାରୀ ତଥା ସ୍ୱାଭିମାନ ବ୍ୟକ୍ତି ନିର୍ବାଚିତ ପଦବୀରୁ ଇସ୍ତଫା ଦେବାକୁ କେବଳ ୧୦ ନମ୍ବର ୱାର୍ଡ଼ କାହିଁକି ସମଗ୍ର ଚୌଦ୍ୱାର ବାସୀ ଗ୍ରହଣ କରି ପାରୁନାହାନ୍ତି । ସମ୍ପ୍ରତି ଚୌଦ୍ୱାର ପୌରାଞ୍ଚଳରେ ଯାହା ସବୁ କାମ ହେଉଛି କିଛି ଶାସକ ଦଳର ମୁଷ୍ଟିମେୟ ତଥା କରିତକର୍ମା ନେତା ଏବଂ ନିର୍ବାଚିତ ପ୍ରତିନିଧି ସେ ସବୁକୁ ହାତେଇ ନେଉଥିବା ଚର୍ଚ୍ଚା ହେଉଛି । କାଉନସିଲ ବୈଠକରେ ଏହି ୱାର୍ଡ଼ର ଜନହୀତକର କାର୍ଯ୍ୟ କରିବା କ୍ଷେତ୍ରରେ ପୌର ପରିଷଦ ପକ୍ଷରୁ ଆନ୍ତରିକତାର ଅଭାବ ଏବଂ ସେ ଶାସକ ଦଳର କାଉନସିଲର ହୋଇଥିଲେ ମଧ୍ୟ ଦଳୀୟ ଅବହେଳା ତାଙ୍କୁ ବ୍ୟଥିତ କରିଥିବା ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ଆଗାମୀ ଦିନରେ ଚୌଦ୍ୱାର ଅଞ୍ଚଳ ପ୍ରତି ଶାସକ ଦଳ ପ୍ରତି ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତଦେଇଛନ୍ତି । ପୁନଶ୍ଚ ଚୌଦ୍ୱାର ଅଞ୍ଚଳରେ ବିଧାୟକ ଓ ସାଂସଦଙ୍କ ନେତୃତ୍ୱ ଅଭାବ ତଥା ପକ୍ଷପାତିତା ଯୋଗୁଁ ଶାସକ ଦଳ ମଧ୍ୟରେ ଫାଟ ବଢ଼ୁଥିବା ଆଲୋଚନା ହେଉଛି । ଯଦି ଚୌଦ୍ୱାର ଅଞ୍ଚଳରେ ଶାସକ ଦଳର ସଂଗଠନ ମଜଭୁତ ରହିଥାନ୍ତା ତେବେ ଶ୍ରୀ ମଲ୍ଲିକଙ୍କ ଏଭଳି ପଦକ୍ଷେପ ପୂର୍ବରୁ ହୁଏତ ଦଳୀୟ ପଦକ୍ଷେପ ଜରିଆରେ ଏଥିରୁ ନିବୃତ୍ତ କରାଯାଇ ପାରିଥାନ୍ତା ବୋଲି ବହୁ ସଂଗଠକ ମଧ୍ୟ ମତ ଦେଇଛନ୍ତି । ତେବେ ଏନେଇ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କୁ ପଚାରିବାରେ ସେଭଳି କୌଣସି ପତ୍ର ହସ୍ତଗତ ହୋଇ ନଥିବା ସେ କହିଥିବାବେଳେ ଏହା ଦଳ ଭିତରର କଥା ଯଦି କିଛି ହୋଇଛି ତାହା ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ସେ କହିଛନ୍ତି । ଏଥି ସହିତ ଚୌଦ୍ୱାର ନଗର ସଭାପତି ବିଷ୍ଣୁଚରଣ ପରିଡାଙ୍କୁ ଯୋଗାଯୋଗ କରିବାରେ ଶ୍ରୀ ମଲ୍ଲିକ କାହିଁକି ଇସ୍ତଫା ଦେଉଛନ୍ତି ସେ ବିଷୟରେ ତାଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ ହେବ ବୋଲି କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ