ଚୌଦ୍ୱାର-କଟକ ବିଜେଡ଼ି ତରଫରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ଚୌଦ୍ୱାର-କଟକ ବିଜେଡ଼ି ତରଫରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ଚୌଦ୍ୱାର-କଟକ ବିଜେଡ଼ି ତରଫରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା-୨୦୨୨ର ଶୁଭାରମ୍ଭ ହୋଇଛି । ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ପବିତ୍ର ଗାନ୍ଧୀଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ଏହି ଜନ ସମ୍ପର୍କ ପଦଯାତ୍ରା ପାଳନ କରାଯିବ । ନୂଆବଜାର ସ୍ଥିତ ଲେଫୋର୍ସ ହୋମ୍ ଆଣ୍ଡ ହସ୍‌ପିଟାଲ ପରିସରରେ ଥିବା ଗାନ୍ଧୀ ଆଶ୍ରମ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଜନ ସମ୍ପର୍କ ପଦଯାତ୍ରାର ଉଦ୍‌ଘାଟନୀ ଉତ୍ସବ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପୌରହିତ୍ୟରେ ଶୁଭାରମ୍ଭ ହେବାସହ ମୁଖ୍ୟଅତିଥି ଭାବରେ କଟକର ଲୋକସଭା ମାନ୍ୟବର ସାଂସଦ ଭର୍ତ୍ତୃହରି ମହାତାବ ଯୋଗ ଦେଇଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳର ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ସହ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷର ନିରନ୍ତର ଜନସେବାରେ ନିଜକୁ ନିୟୋଜିତ କରି ଓଡ଼ିଶାବାସୀଙ୍କ ଆସ୍ଥା ଓ ଭରସାର ପ୍ରତିକ ହୋଇ ପାରିଛନ୍ତି ଓ ଏହି ଜନ ସମ୍ପର୍କ ପଦ ଯାତ୍ରା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟକ ମହାନଗର ନିଗମ, ଚୌଦ୍ୱାର ପୌରପାଳିକାର ସମସ୍ତ ୱାର୍ଡ ଓ ସମସ୍ତ ପଞ୍ଚାୟତରେ ବହୁ ସଂଖ୍ୟାରେ କର୍ମୀମାନେ ଯୋଗଦେଇ ପାଳନ କରାଯିବା ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ୱାର୍ଡ ନମ୍ବର ୫୪, ୫୫, ୪୩ ଓ ୪୭ର ବିଭିନ୍ନ ଅଞ୍ଚଳ ଯଥା କୁଷ୍ଠାଶ୍ରମ, ଗାନ୍ଧୀବିହାର, ନେହେରୁ କଲୋନୀ, ପୋତାପୋଖରୀ, ବିଦ୍ୟାଧରପୁର, ନୂଆବଜାର, ଅପର୍ଣ୍ଣାନଗର, ନିଳାଦ୍ରୀ ବିହାର, ଆନନ୍ଦ ବିହାର, ମହାନଦୀବିହାର ବିଭିନ୍ନ ସେକ୍ଟର ବୁଲିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟୀ ମେୟର-ଦମୟନ୍ତୀ ମାଝୀ, ଜିଲ୍ଲା କମିଟିର-ପ୍ରଶାନ୍ତ ନାୟକ, ପ୍ରେମଚାନ୍ଦ ନାୟକ, ଶିବେନ୍ଦ୍ର ହାତୀ, ଦେବେନ୍ଦ୍ର ଖୁଣ୍ଟିଆ, ନିମାଇଁ ବିଶ୍ୱାଳ, କର୍ପୋରେଟର- ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ତାପସ ସାମନ୍ତରାୟ, ପ୍ରମିଳା ମହାନ୍ତି, ଇଂ.ସୁବ୍ରତ ଘଡାଇ, ବିଶ୍ୱବନ୍ଦିତା ପଣ୍ଡା, ପ୍ରଳୟା ବେଉରା, ମଧୁସ୍ମିତା ବାରିକ, ଅରବିନ୍ଦ ଜେନା, ଝିଲ୍ଲୀ ବିହାରୀ, ନଳିନୀ ବେହାରା, ଜତୀନ କୁମାର ବେହରା, ପ୍ରଦୀପ ସାହୁ, ସାଂସଦଙ୍କ ପ୍ରତିନିଧି ଚିରଞ୍ଜୟ ସାହୁ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ଜିଲ୍ଲାପରିଷଦ ସଦସ୍ୟା ଜୋତ୍ସ୍ନାରାଣୀ ସୁବିଦ୍ଧରାୟ, ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ପୂର୍ବତନ ଡେପୁଟୀ ମେୟର-ସରୋଜିନୀ ସାହୁ, ପୂର୍ବତନ କର୍ପୋରେଟର-ଅକ୍ଷୟ ବେଉରା, ଜୟଦେବ ଜେନା, ସଂଖ୍ୟା ଲଘୁ ସେଲର-ମହମ୍ମଦ ଫରିଦ, ନଗର କମିଟିର- ତାପସ ମହାନ୍ତି, ରାଜେନ୍ଦ୍ର ରଣା, ଦିଲ୍ଲୀପ ଜେନା, ଯୁଧୀଷ୍ଟିର ବିଶ୍ୱାଳ, ସରୋଜ ପ୍ରସାଦ ସାଇଁ, ହିମାଂଶୁ ଷଢଙ୍ଗୀ, ରାଜ୍ୟ ମହିଳା କମିଟିର-ରଞ୍ଜିତା କାହାଳୀ, ରେଣୁକା ମହାନ୍ତି, ଜିଲ୍ଲା ଜୋନ ଯୁବ ସଭାପତି – ଶୁଭ୍ରାଂଶୁ ନାରାୟଣ ମିଶ୍ର, ରାଜ୍ୟ ଯୁବ ସମ୍ପାଦକ-ଦୀପକ ସାମନ୍ତରାୟ, ରାଜ୍ୟ ଛାତ୍ର ଉପସଭାପତି ଭବାନୀ ଶଙ୍କର ଦାସ, ଜିଲ୍ଲା ଯୁବ ସଭାପତି-ସ୍ମୃତିରଞ୍ଜନ ନାୟକ, ଚୌଦ୍ୱାର-କଟକ ମହିଳା ସଭାପତି-ସୌଭାଗିନୀ ଜେନା, ଚୌଦ୍ୱାର-କଟକ ଯୁବ ସଭାପତି-ଅଶୋକ ମିଶ୍ର, ଚୌଦ୍ୱାର-କଟକ ଛାତ୍ର ସଭାପତି-ଅଚ୍ୟୁତ ଘୋଷ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ