ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ

ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ

ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍.ଏମ.): ପବିତ୍ର ଷଷ୍ଠୀତିଥିରୁ ଚୌଦ୍ୱାରରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଉତ୍ସବ । ଅଞ୍ଚଳର ବିଭିନ୍ନ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ଯଥା ବିଧି ପୂଜାର୍ଚ୍ଚନା କରାଯାଉଥିବାବେଳେ ଅଞ୍ଚଳର ବିଭିନ୍ନ ପୀଠ ମାନଙ୍କରେ ମଧ୍ୟ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି । ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ଗଗନ ପବନ ମୁଖରିତ ହେବା ସହିତ ଭକ୍ତି ଓ ଭାବମୟ ପରିବେଶରେ ମା’ଙ୍କୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ । ଏହି ପରିପ୍ରେକ୍ଷୀରେ ଓଟିଏମ୍ ଦୂର୍ଗା ବଜାର, ବିରାଟ ବଜାର, ଚୌଦ୍ୱାର ସାମଲ ସାହି, ପ୍ରତାପ ନଗରୀ, ଗୁପ୍ତେଶ୍ୱର ସାହି, ବ୍ରାହ୍ମଣସାହି, ବଢ଼େଇ ସାହି, ପରିଡ଼ା ସାହି ଆଦି ମଣ୍ଡପରେ ଦେବୀ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀମାନଙ୍କୁ ରୀତି ନୀତିରେ ପୂଜାର୍ଚ୍ଚନା କରାଯିବା ସହିତ ହୋମ ଯଜ୍ଞର ଆୟୋଜନ ହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ସାଜ ସଜ୍ଜା ଦେଖିବା ପାଇଁ ବିଭିନ୍ନ ମଣ୍ଡପ ନିକଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଥି ସହିତ ସ୍ଥାୟୀ ଦେବୀ ପୀଠମାନଙ୍କରେ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ବିରାଟ କଟକ ପଶ୍ଚିମର ଗଡ଼ ରକ୍ଷାକାରୀ ମା’ ଧୂମାବତୀଙ୍କ ପୀଠରେ ପୂଜାର୍ଚ୍ଚନା ଶ୍ରଦ୍ଧା ଓ ଭକ୍ତି ସହକାରେ ଅନୁଷ୍ଠିତ ହେଉଛି । ମା’ଙ୍କ ଷୋଢ଼ଶ ଉପଚାର ପୂଜା ସହ ନବରାତ୍ରୀ ପୂଜା ମଧ୍ୟ ଚାଲିଛି । ସେହିଭଳି ଶାରଦୀୟ ଦୂର୍ଗାପୂଜା ନିମନ୍ତେ ମୃଣ୍ମୟୀ ପ୍ରତିମାଙ୍କୁ ପୂଜା କରିବା ନିମନ୍ତେ ବିଲ୍ୱବରଣ ଠାରୁ ବିଭିନ୍ନ ତଥି ଅନୁସାରେ ସ୍ୱତନ୍ତ୍ର ପୂଜା କରାଯାଉଛି । ଏଥି ସହିତ ଚଣ୍ଡୀ ପାଠ, ଘୃତଯଜ୍ଞ, ନାମ ଯଜ୍ଞ, ଅନ୍ନଯଜ୍ଞ ଆଦି ଚାଲିଥିବା ଦେଖିବାକୁ ମିଳିଛି । ତେବେ ମା’ଙ୍କ ଆରଧନା ନିମନ୍ତେ ମଣ୍ଡପ ହେଉ ବା ପୀଠ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ମାତୃ କରୁଣା ଲାଭ କରିବା ନିମନ୍ତେ ପ୍ରାର୍ଥନା କରିଛନ୍ତି । ତେବେ କେବଳ ଚୌଦ୍ୱାର ନୁହେଁ ଏହାର ଆଖ ପାଖ ବିଭିନ୍ନ ପଞ୍ଚାୟତ ମାନଙ୍କରେ ମଧ୍ୟ ମା’ ଙ୍କର ଶାରଦୀୟ ପୂଜା ଯଥାରୀତି ଅନୁଷ୍ଠିତ ହୋଇ ଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ