ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରେ ମିଳିଲା ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରେ ମିଳିଲା ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରେ ମିଳିଲା ସର୍ତ୍ତମୂଳକ ଜାମିନ


#କଟକ (ଏନ୍‌.ଏମ୍‌.): ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ତେବେ ହାଇକୋର୍ଟ ଶ୍ରୀ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପ୍ରଶାନ୍ତ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରଖି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାବାଦ ଅନ୍ୟାନ୍ୟ ସର୍ତ୍ତ ରଖି ନିମ୍ନ ଅଦାଲତ ଶ୍ରୀ ଜଗଦ୍ଦେବଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ବିଜେଡି ବିଧାୟକ ଶ୍ରୀ ଜଗଦ୍ଦେବ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିଲେ । ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଜାମିନ ଆବେଦନ ଖାରଜ କରି ଦେବାରୁ ପୁଲିସ୍ ତାଙ୍କୁ ନିଜ ହେପାଜତକୁ ନେଇଥିଲା । ହେଲେ ଜାମିନ ନାମଞ୍ଜୁର ହେବା ପରଠୁ ଅସୁସ୍ଥତା ଦର୍ଶାଇ ଶ୍ରୀ ଜଗଦ୍ଦେବ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟପକ୍ଷରେ ଶ୍ରୀଜଗଦ୍ଦେବ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଜେପିର ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ ଅଭିଯୋଗ କରିଥିଲେ । ସେ ଆଇନକୁ ଫାଙ୍କିବା ଓ ଜେଲ ନଯିବା ପାଇଁ ଚିକିତ୍ସା ନାଁରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏହାକୁ ଖଣ୍ଡନ କରିବା ସହ ଶ୍ରୀ ଜଗଦ୍ଦେବ କୌଣସି ଆଳ ନୁହେଁ ବରଂ ଅସୁସ୍ଥ ଥିବା କହିଛନ୍ତି । ଅନ୍ୟପକ୍ଷରେ ହାଇକୋର୍ଟ ଶ୍ରୀ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ଦେବାପରେ ତାଙ୍କ ପରିବାର ଆସ୍ୱସ୍ଥି ହୋଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ