ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ

ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ

ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ


#ଚୌଦ୍ୱାର(ଏନ୍‍.ଏମ୍‍.): ପଞ୍ଚାୟତନ ନିର୍ବାଚନରେ ସିଂହାସନ କାହାର । ଏ ନେଇ ଚାଲିଛି ଅଙ୍କକଷା । ବିଜେଡ଼ି ପକ୍ଷରୁ ସ୍ଥାନୀୟ ଆଗ୍ରାହାଟ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବିଗତ ୧୦ବର୍ଷ ମଧ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧିନସ୍ଥ ଚୌଦ୍ୱାର କଟକ ବିଧାନସଭା ନିର୍ବାଚନ ମଣ୍ଡଳିର ସମସ୍ତ ପଞ୍ଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସାଧିତ ହୋଇ ପାରିଛି । ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ପଞ୍ଚାୟତରେ ବିଜେଡ଼ି ତାର ଦବଦବା ଦେଖାଇବ ବୋଲି ଏଠାରେ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ପୂର୍ବ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ହାତରୁ କିଛି ପଞ୍ଚାୟତ ଖସି ଯାଇଥିବାବେଳେ ଏଥର ସମସ୍ତ ପଞ୍ଚାୟତକୁ ପୁଣି କବ୍‍ଜା କରିବା ନିମନ୍ତେ ବିଜେଡ଼ି ଅଣ୍ଟା ଭିଡ଼ିଛି । ଏହି ଅବସରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗ୍ରାହାଟ, ନଖରା, ଇନ୍ଦ୍ରାଣୀପାଟଣା, ବାଣୀପଦା ଓ କୟଳପଡ଼ା ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀମାନେ ଯୋଗଦେଇ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ ।
ଶ୍ରୀ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ୨୬ ତାରିଖରେ ପୂର୍ଣ୍ଣ ସଂରକ୍ଷଣର ନିଷ୍ପତି ପରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାଇ ଅବଗତ କରାଯିବାନେଇ ଆଲୋଚନା ହୋଇଥିଲା । ତେବେ ତୃଣ ମୂଳସ୍ତରରେ ଦଳକୁ ସୁଦୃଢ କରିବା, ନିଜ ନିଜ ମଧ୍ୟରେ ଏକତା ରଖିବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଅନ୍ୟ ଜନ ହିତକର ଯୋଜନା ସମ୍ବଦ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଶ୍ରୀ ବିଶ୍ୱାଳ ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଚୌଦ୍ୱାର ନଗର ସଭାପତି – ବିଷ୍ଣୁ ଚରଣ ପରିଡା, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ଉପାଧ୍ୟକ୍ଷା ଜାନକୀ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ରାଉଳ, କଟକ ନଗର କମିଟି ସଦସ୍ୟ ଇଂ. ସୁବ୍ରତ ଘଡାଇ, ତାପସ ମହାନ୍ତି, ଗଣେଶ ଚନ୍ଦ୍ର ରାଉତ, ନଖରା ପଞ୍ଚାୟତ ସମିତି ସଦସ୍ୟ ଅଭିଳାଷ ସାହୁ, କୟଳପଡା ପଞ୍ଚାୟତ ସରପଞ୍ଚ ରଶ୍ମି ରଂଜନ ପ୍ରଧାନ, ଆଗ୍ରାହାଟ ସରପଞ୍ଚଚ – ନରହରି ଦେହୁରୀ, ସମିତି ସଭ୍ୟ – ସନ୍ତୋଷ ଦେହୁରୀ, ଇନ୍ଦ୍ରାଣୀପାଟଣା ସରପଞ୍ଚ ସରୋଜ ପ୍ରଧାନ, ସମିତି ସଭ୍ୟ ମୋହନ ସାହୁ, ବାଣିପଦା ସରପଞ୍ଚ ଜୋସ୍ନାରାଣି ସୁବୁଦ୍ଧିରାୟ, ସମିତି ସଭ୍ୟା କଳ୍ପନା ରାଉତ, ଅଗ୍ରାହାଟ ପଞ୍ଚାୟତ ସଭାପତି ସରୋଜକାନ୍ତ ବରାଳ, ଜିଲ୍ଲା ପରିଷଦ ପୂର୍ବତନ ସଦସ୍ୟ ମନୋରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ବରାଳ, ସମୀର ବେହେରା, ତୀର୍ଥାନନ୍ଦ ସୁବୁଦ୍ଧିରାୟ, ସୌଭାଗ୍ୟରଂଜନ ବେଉରା, ଶୈଳବାଳା ନାୟକ, ସୁଧାକର ନାୟକ, ଅଧିକାରୀ ନାୟକ, ପ୍ରମିଳା ଓଝା, ରଞ୍ଜନ ପରିଡା, ବିଳାସିନୀ ରାଉତ, ସିପୁନ ପ୍ରଧାନ, ସୁପ୍ରୀୟା ଜେଠୀ, ନିଗମାନନ୍ଦ ବେଉରା, ଅନାମ ଦାସ, ଅନନ୍ତ ବେଉରା, ବସନ୍ତ କୁମାର ନାୟକ, ଧନେଶ୍ୱର ଜେଠୀ, ନୃସିଂହ ନାୟକ, ଦିପ୍ତୀରଂଜନ ପଣ୍ଡା, ରମେଶ ବେହେରା, ପବିତ୍ର ମୋହନ ବେଉରା, ଅଶୋକ ବରାଳ, କିଶୋର କୁମାର ସ୍ୱାଇଁ, ସନ୍ତୋଷ ନାୟକ, ଧରିତ୍ରୀ ସାହୁ, ଦିଲ୍ଲୀପ କୁମାର ସ୍ୱାଇଁ, ସୁରେଶ ଦେହୁରୀ, ପବିତ୍ର ରାଉତ, ପ୍ରେମାନନ୍ଦ ସ୍ୱାଇଁ, ଅନିରୁଦ୍ଧ ବରାଳ, ନବ କିଶୋର ପୃଷ୍ଟି, ଆଲୋକ ଦାସ, ନିରଞ୍ଜନ ମଲ୍ଲିକ, ଦିଲ୍ଲୀପ ପାଣିଗ୍ରାହୀଙ୍କ ସହ ୫ ଗୋଟି ଗ୍ରାମ ପଞ୍ଚାୟତର ସଭାପତି, ମହିଳା ସଭାପତି, ଯୁବ ସଭାପତି, ଛାତ୍ର ସଭାପତି ପ୍ରମୁଖ ଯୋଗଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ