ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ:ଯୁବକ ଅଟକ

ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ:ଯୁବକ ଅଟକ

ଚାକିରୀ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ:ଯୁବକ ଅଟକ


ଜଗତପୁର (ଏନ୍‌.ଏମ୍‌.): ଚାକିରୀର ଲୋଭ ଦେଖାଇ ଜଣେ ମହିଳାଙ୍କୁ ବଳାତ୍କାର କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେସମ୍ପୃକ୍ତ ମହିଳାଙ୍କ ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି ।
ଅଭିଯୋଗ ଅନୁଯାୟୀ, ଜଗତପୁର ଥାନା ଭୀମରାଜପୁର ପଞ୍ଚାୟତର ଜନୈକା ମହିଳା ବୈବାହିକ ଜୀବନରେ ମତାନ୍ତର ଘଟିବାରୁ ସେ ବାପଘରେ ରୁହନ୍ତି । ତେବେ ଚଳିବା ପାଇଁ ତାଙ୍କର ଚାକିରୀ ନିହାତି ଆବଶ୍ୟକ ଥିବାରୁ ବିଭିନ୍ନ ଲୋକଙ୍କୁ ଚାକିରୀ ପାଇଁ ନିବେଦନ କରିଥିଲେ । ତେବେ ଏହାର ସୁଯୋଗ ନେଇ ଗୋପୀନାଥପୁର ପଞ୍ଚାୟତର ଜଣେ ଯୁବକ ଉକ୍ତ ମହିଳାଙ୍କୁ ଭେଟି ଚାକିରୀ କରାଇ ଦେବାକୁ ପ୍ରତିଶ୍ରୁତି ଦେବାକୁ କହି ବନ୍ଧୁତା ସ୍ଥାପନ କରିଥିଲା । ଏପରିକି ଚାକିରି ବାବଦକୁ ୨୭ ହଜାର ଟଙ୍କା ମହିଳାଙ୍କ ଠାରୁ ନେଇଥିଲା । ପରେ ମହିଳାଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ଶାରୀରିକ ସମ୍ପର୍କ ରଖିଥିଲା । ଏଥିସହ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ନିଜ ମୋବାଇଲରେ କୌଶଳ କ୍ରମେ ଉତ୍ତୋଳନ କରି ନେଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ୧ଲକ୍ଷ ଟଙ୍କା ମାଗିଥିଲା । ଏଥିରେ ମହିଳା ଜଣକ ଭୟଭୀତ ହୋଇ ଧାର କରି ବିଭିନ୍ନ ସମୟରେ ୯୬ ହଜାର ଟଙ୍କା ଯୁବକକୁ ଦେଇଥିଲେ । କିନ୍ତୁ ପୁନର୍ବାର ଭାଇରାଲ ଧମକ ଦେଇ ୫୦ହଜାର ଟଙ୍କା ମହିଳାଙ୍କୁ ମାଗିଥିଲା । ଏତେ ଟଙ୍କା ଦେବା ତାଙ୍କ ପକ୍ଷେ ସମ୍ଭବପର ନଥିଲା । ଯାହାକୁ ନେଇ ମହିଳା ଜଣକ ଉକ୍ତ ଯୁବକଙ୍କ ସହ କୌଣସି ଯୋଗାଯୋଗ ରଖିବାକୁ ଇଚ୍ଛା ପ୍ରକାଶ କରି ନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ଘରେ ବଳପୂର୍ବକ ପ୍ରବେଶ କରି ତାଙ୍କ ଅନିଚ୍ଛା ସତ୍ତ୍ୱେ ହାତ ବାନ୍ଧି, ପାଟିରେ କପଡା ପୁରାଇ ବଳାତ୍କାର କରିଥିଲା । ଘଟଣା ସମ୍ପର୍କରେ ପୁଲିସକୁ କହିଲେ ହତ୍ୟା ଧମକ ଦେଇ ସେଠାରୁ ଚାଲି ଯାଇଥିଲା । ଏ ସଂକ୍ରାନ୍ତରେ ମହିଳାଜଣକ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା ଚଳାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି