ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଆଠଗଡ଼ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ୩୧ ତାରିଖ ମହା ସପ୍ତମୀ ଠାରୁ ୩ ତାରିଖ ଦଶହରା ପର୍ଯ୍ୟନ୍ତ ସହରରେ କିଭଳି ଶାନ୍ତିଶୃଙ୍ଖଳା ସହ ଭାଇଚାରା ବଜାୟ ରଖି ଉତ୍ସବକୁ ପାଳନ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ପୂଜା ଉପଲକ୍ଷେ ଆୟୋଜନ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ରାତ୍ର ୧୧ଘଟିକା ସୁଦ୍ଧା ଶେଷ କରିବା, ଶାନ୍ତିଶୃଙ୍ଖଳା ରକ୍ଷା କରିବା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ରକ୍ଷା, ରାସ୍ତା ମରାମତି ଓ ଯାନବାହାନ ଚଳାଚଳ ନିୟନ୍ତ୍ରଣ ଆଦି ବିଷୟରେ ବିଶଦ ଆଲୋଚନା ବିଭିନ୍ନ ପୂଜାକମିଟିର କର୍ମକର୍ତ୍ତା ଓ ବିଭିନ୍ନ ବିଭାଗୀୟ ମୂଖ୍ୟ ମାନଙ୍କ ସହ ଆଲୋଚନା କରାଯାଇଥିଲା । ୩ ତାରିଖ ରୁ ୧୧ତାରିଖ ମଧ୍ୟରେ ସମସ୍ତ ମୂର୍ତ୍ତି ପ୍ରଶାସନ ତରଫରୁ ଖୋଳାଯାଇଥିବା ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗ୍ନି ନିରୋଧକ ବ୍ୟବସ୍ଥା ସମସ୍ତ ପୂଜା ମଣ୍ଡପରେ ରଖିବାକୁ ଅଗ୍ନିଶମ ଅଧିକାରୀ ଅନୁରୋଧ କରିଥିଲେ । ସେଥିପାଇଁ ପାଣି ଓ ବାଲି ପ୍ରତି ମଣ୍ଡପ ନିକଟରେ ମହଜୁଦ ରଖିବାକୁ ଅଗ୍ନିଶମ ଅଧିକାରୀ ପୂଜା କମିଟି ମାନଙ୍କୁ ପରାମର୍ଶ ଦେଇଥିଲେ । ଡିଜେ ବାଜାକୁ ଅନୁମତି ନଦେବାକୁ ନିଷ୍ପତ୍ତି କରାଯାଇଥିଲା । ଡାକବାଜି ଯନ୍ତ୍ର ଗୁଡିକର ଶବ୍ଦ୬୦ଡେସିବିଲ ମଧ୍ୟରେ ବଜାଇବାକୁ ଉପଖଣ୍ଡ ଚିକିତ୍ସା ଅଧିକାରୀ ପରାମର୍ଶ ଦେଇଥିଲେ । ବେଆଇନ ମଦ ଓ ନିଶାଦ୍ରବ୍ୟ ବିକ୍ରି ଉପରେ ଚଢ଼ାଉ କରିବାକୁ ଉପଜିଲ୍ଲାପାଳ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳି ଯୋଗାଣ ଅବ୍ୟାହତ ରଖିବାକୁ ପୂଜା ପୂର୍ବରୁ ବିଦୂତ ଲାଇନର ମରାମତି କାର୍ଯ୍ୟ ଶେଷକରିବା ଓ ସାପୁଆ ବ୍ରିଜ ଠାରୁ ବୀରକିଶୋର ପୁର ଛକ ପର୍ଯ୍ୟନ୍ତ ୬୫ ନମ୍ବର ରାଜ୍ୟ ରାଜପଥର ମରାମତି କାର୍ଯ୍ୟ ପୂଜା ପୂର୍ବରୁ ଶେଷ କରିବାକୁ ନିଷ୍ପତ୍ତି କରାଯାଇଥିଲା । ଏହି ବୈଠକରେ ଆଠଗଡ଼ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି, ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ ଓ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପ୍ତିମୟୀ ବେହେରା ଓ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆଲୋଚନାରେ ଭାଗ ନେଇଥିଲେ । ଆଠଗଡ଼ ସହକାରୀ ଜିଲ୍ଲା ସୂଚନା ଅଧିକାରୀ ପ୍ରସ୍ତୁତି ବୈଠକକୁ ସଂଯୋଜନା କରିଥିବାବେଳେ ତହସିଲଦାର ପ୍ରିୟବ୍ରତ ଦାସ ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ