ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ

ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ

ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ

News by Kanhuchran Panda (jagatpur)

ଜଗତପୁର (ଏନ୍‌.ଏମ୍‌.): ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡ ସଂସ୍ଥାରୁ ଚୋରିକରିବା ଅଭିଯୋଗରେ ଆଜି ଜଗତପୁର ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରର ସେକ୍ ମୁସ୍ତାକ(୩୫) ବୋଲି ଜଣାପଡ଼ିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡର ବ୍ରାଞ୍ଚ ମ୍ୟାନେଜର ବିଭୁପ୍ରସାଦ ନିଶାଙ୍କ ଗତ ଅକ୍ଟୋବର ୨୯ତାରିଖରେ ତାଙ୍କ ବ୍ରାଞ୍ଚରୁ ଚୋରି ହୋଇଥିବା ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଜଗତପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ସେକ୍ ମୁସ୍ତାକ ଚୋରି କରିଥିବା ଜଣାପଡିଥିଲା । ଘଟଣାସ୍ଥଳରୁ ୭ଟି ଭଙ୍ଗା ତାଲା, ଗୋଟିଏ ସ୍କୃ ଡାଇଭର, ୧.୬ ଫୁଟର ଗୋଟିଏ ଲୁହା ରଡ ସହ ୮୦୦୦ ଟଙ୍କା ମିଳିଥିଲା । ଜେରାବେଳେ ଅଭିଯୁକ୍ତ କହିବା ଅନୁଯାଇ ବି.କେ.କମ୍ପେ୍ଲକ୍ସ ଠାରେ ଥିବା ଏକ ବୁଦାରୁ ଡିଭିଆର୍ ମେସିନକୁ ମଧ୍ୟ ପୁଲିସ ଉଦ୍ଧାର କରିଥିଲା । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Uncategorized ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ