ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ : ବିବାହର ୮ ମାସ ପରେ ଥାନାରେ ମାମଲା

ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ : ବିବାହର ୮ ମାସ ପରେ ଥାନାରେ ମାମଲା

ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ
ବିବାହର ୮ ମାସ ପରେ ଥାନାରେ ମାମଲା


କଟକ(ଏନ୍‌.ଏମ୍‌.): ଫେସବୁକ୍ ଚାଟିଂରୁ ପ୍ରେମ, ଏହାପରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହୋଇଗଲେ ଜୀବନସାଥୀ । ହେଲେ ବେଶୀଦିନ ରହିଲାନି ମଧୁର ସମ୍ପର୍କ । ଏବେ କିନ୍ତୁ ସମ୍ପର୍କରେ ଦେଖାଦେଇଛି ଫାଟ । ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ନିର୍ଯ୍ୟାତନା ଦେଉଥିବା ପତ୍ନୀ ଅଭିଯୋଗ କରିଛନ୍ତି । ଉଭୟଙ୍କୁ ଆଜି କଟକ ମହିଳା ଥାନାରେ କାଉନସେଲିଂ କରାଯିବ ।
ମୋହିତଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକରେ ଚାଟିଂରୁ ଚିହ୍ନା ପରିଚୟ ହେଲା । ସୋନାଲିଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ଓ ତାଙ୍କ ଶରୀରର ପ୍ରାଇଭେଟ ପାର୍ଟରେ ତାଙ୍କ ନାଁରେ ଟାଟୁ ଥିବା ମୁଁ ଜାଣି ନଥିଲି । ଏପରିକି ପୂର୍ବ ସମ୍ପର୍କକୁ ନେଇ ତାଙ୍କ ଗୋଡ଼କୁ ଫାୟାରିଂ ହୋଇଥିବା ଘଟଣା ମୁଁ କିଛି ଜାଣି ନଥିଲି । କିଛି ଦିନ ଚାଟିଂ ପରେ ସେ ଧମକ ଦେଇ ମୋତେ ବିବାହ କଲେ । ନଭେମ୍ବର ୨୫ରେ ଆମ ବିବାହ ହେଲା ।
ହେଲେ ବିବାହ ପରେ ନିଜ ପୁରୁଣା ବୟଫ୍ରେଣ୍ଡ ସହ ମିଶି ସେ ଅଶ୍ଲୀଳ ଭିଡିଓ କରି ମୋ ପାଖକୁ ପଠାଇ ଭାଇରାଲ କରିବାକୁ ବାରମ୍ବାର ଧମକ ଦେଇଥିଲେ । ଏପରି ଝିଅ ସହ ରହିପାରିବିନି, ଛାଡ଼ପତ୍ର ଦରକାର କହି ମୋହିତ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଛନ୍ତି । ସେପଟେ ସ୍ୱାମୀ ମୋହିତଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ପତ୍ନୀ ସୋନାଲି । ସେ କହିଛନ୍ତି, ବାହାଘର ପରେ ମୋହିତ ତାଙ୍କୁ ନିର୍ଯାତନା ଦେଉଥିଲେ । ମୋହିତ ତାଙ୍କୁ ବାରମ୍ବାର ଟଙ୍କା ମାଗନ୍ତି । ବ୍ୟବସାୟ ପାଇଁ ସେ ୧୫ ଲକ୍ଷ ଟଙ୍କା ମାଗୁଥିଲେ ସେ ଟଙ୍କା ନଦେବାରୁ ତାଙ୍କୁ ମାରିଦେବାର ଧମକ ଦେଇଥିବା ମୋହିତଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପତ୍ନୀ । ଏନେଇ ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ସେ କହିଛନ୍ତି, ‘ମୋ ଟାଟୁ ପାଇଁ ଯଦି ସମ୍ପର୍କ ବିଗିଡ଼ିଲା, ଆଗରୁ କହିଲେନି କାହିଁକି । ମୁଁ ମୋ ପୂର୍ବ ସମ୍ପର୍କ କଥା ତାଙ୍କୁ କହିଥିଲି । ଫେସବୁକ ଚାଟରୁ ଆମ ସମ୍ପର୍କ ହେଲା । ତାଙ୍କୁ, ତାଙ୍କ ପରିବାର ଲୋକଙ୍କୁ ମୋ ପୂର୍ବ କଥା ସବୁ କହିଥିଲି । ସେଥିରେ ତାଙ୍କର କିଛି ଅସୁବିଧା ନ ଥିଲା । ଏହାପରେ ଆମ ବିବାହ ହେଲା । ବାହାଘରର ୫ ମାସ ପରେ ମୋତେ ନିର୍ଯାତନା ଦେବା ଆରମ୍ଭ କଲେ । ଟଙ୍କା ଆଣିବାକୁ ସବୁବେଳେ ମାରପିଟ କରୁଥିଲେ, ମୋ ସୁନା ସବୁ ନେଇଗଲେ ।’ ପୁଣି ଏନେଇ ଯୁବତୀଙ୍କ ବାପା କହିଛନ୍ତି ଯେ, ‘ଝିଅ ବାହାଘରରେ ସମୁଦାୟ ୨୦ ଲକ୍ଷ ଖର୍ଚ୍ଚ କଲି । ଏବେ ପୁଣି ୧୫ ଲକ୍ଷ ଟଙ୍କା ପାଇଁ କହୁଛି । ମନା କରିବାରୁ ଝିଅକୁ ନିର୍ଯାତନା ଦେଉଛନ୍ତି, ତା’ ନାଁରେ ଅଭିଯୋଗ ଆଣୁଛନ୍ତି । ଝିଅ ଫ୍ୟାଶନ ଡିଜାଇନିଂ କରୁଥିବା ବେଳେ ଜଣେ ଯୁବକ ତା ଗୋଡ଼କୁ ଫାୟାରିଂ କରିଥିଲା । ମୋହିତ ସବୁ ଜାଣି ଆମ ଝିଅକୁ ବାହା ହୋଇଛି । ଆଉ ଏବେ ମିଡିଆ ସାମନାରେ ନାନା ବାହାନା କରି ନିର୍ଯାତନା କଥା କହୁଛି ।’

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ