ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର
ଚୌଦ୍ୱାର(ଏନ୍.ଏମ୍.): ପ୍ରଶାସନ ପକ୍ଷରୁ ଯେତେ କଟକଣା କରାଗଲେ ମଧ୍ୟ ବେଆଇନ ଗୋ ଚାଲଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରୁନାହିଁ । ତେବେ ଆଜି ଚୌଦ୍ୱାର ଥାନା ଅଞ୍ଚଳରେ ବେଆଇନ ଭାବେ ଏକ ଗୋରୁ ବୋଝେଇ ଗାଡ଼ିକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ସେଥିରେ ଚାଲାଣ ହେଉଥିବା ୫ଟି ଗୋରୁଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଓଡି ୦୫ ବିଏ ୩୬୯୨ ନମ୍ବର ଯୁକ୍ତ ଏକ ଟାଟା ଏସିଇ ଗାଡ଼ିରେ ଗୋରୁ ଗୁଡ଼ିକୁ ବେଝେଇ କରାଯାଇ ଚୌଦ୍ୱାର କୋଚିଳା ନୂଆଗାଁରୁ ଚାରବାଟିଆ ବାଟଦେଇ ବାହାରକୁ ନିଆ ଯାଉଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ଚୌଦ୍ୱାର ଥାନା ପୁଲିସ ଚାରବାଟିଆ ବଜାର ନିକଟରେ ଗାଡ଼ିଟିକୁ ଜବତ କରିଥିଲା । ଏହି ସମୟରେ ପୁଲିସ ଡ୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଗୋରୁ ଗୁଡ଼ିକୁ ବେରେଣା ନନ୍ଦିଗ୍ରାମସ୍ଥିତ ଅସହାୟ ବୃଦ୍ଧ ଗୋ ଆଶ୍ରମରେ ଛଡ଼ା ଯାଇଥିବା ଚୌଦ୍ୱାର ଥାନା ଅଧିକାରୀ ବିରଞ୍ôଚନାରାୟଣ ପତି ସୂଚନା ଦେଇଛନ୍ତି ।