କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ


କଟକ(ଏନ୍‌.ଏମ୍‌.): ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହିତ ଆର୍ଥିକ ବିକାଶକୁ ଅଗ୍ରାଧିକାର ଦିଆଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି । କେତେକ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଆଉ କିଛି ପ୍ରକଳ୍ପ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧାରାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି କଟକ ଜିଲ୍ଲାର ନୂଆପାଟଣାସ୍ତିତ ପ୍ରସ୍ତାବିତ ନାକଚୁଣିପାଟ ପ୍ରକଳ୍ପ ସହିତ ତାଳଦଣ୍ଡା କେନାଲ, ସିଏନବିଟି(ବସଷ୍ଟାଣ୍ଡ), ବିରୂପା ନଦୀ, ଜୁଡ଼ିସିଆଲ ଏକାଡେମୀ ସମ୍ମୁଖ ଡ୍ରିମ ପାର୍କ ଆଦି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ନକ୍ସା ଯାଞ୍ଚ କରିବା ସହ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଚାଲିଥିବା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କର, ଇଡକୋର ଡିଭିଜନ ମୁଖ୍ୟ ରବୀନ୍ଦ୍ର କୁମାର ମହାପାତ୍ର, ଭୂଅର୍ଜନ ଅଧିକାରୀ ଅରୁନ୍ଧତି ପଟ୍ଟନାୟକ, ଆର୍କିଟେକ୍ଟ ଅକ୍ଷୟ ବେଉରିଆ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସ୍ଥାନୀୟ ବିଡିଓ, ତହସିଲଦାର, ସହକାରୀ ଯନ୍ତ୍ରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାରେ ଏବେ ଅନେକ ଜନହିତକର ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କଟକକୁ ଏକ ବିକଶିତ ସହରରେ ପରିଣତ କରିବା ପାଇଁ କଟକ ବଡ଼ମେଡ଼ିକାଲକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ, ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ, କଟକ ସହରର ସୌନ୍ଦର୍ଯ୍ୟକରଣ ସହିତ ଜିଲ୍ଲା ଉପକଣ୍ଠରେ ଥିବା ବିଭିନ୍ନ ଅଞ୍ଚଳରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ଚୌଦ୍ୱାର ନୂଆପାଟଣା ଠାରେ ଥିବା ୧୩୦ ଏକର ସରକାରୀ ଶୁଷ୍କ, ଜଳ ଓ ପାହାଡିଆ ଚଟାଣ ଜମିରେ ଆବଶ୍ୟକ ଅନୁଯାଇ ପର୍ଯ୍ୟଟନର ବିକାଶକୁ ଅଗ୍ରାଧିକାର ସହ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବିତ ସତ୍କାର କେନ୍ଦ୍ର ତଥା ତାରକା ହୋଟେଲ ନିର୍ମାଣ ନିମନ୍ତେ ଆବଶ୍ୟକ ଜମିର ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଜିଲ୍ଳାପାଳଙ୍କ ଠାରୁ ଅବଗତ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ