ଗିରଫ ହେଲେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର

ଗିରଫ ହେଲେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର

ନୂଆଦିଲ୍ଲୀ (ଏନ୍‌.ଏମ୍‌.) : ଏକ ହତ୍ୟା ମାମଲାରେ ଫେରାର୍ ଥିବା ଅଲିମ୍ପିକ ପଦକ ବିଜେତା ତଥା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ସୁଶୀଲର ସହଯୋଗୀଙ୍କୁ ବି କବଜାକୁ ନେଇଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରିବା ପାଇଁ ପୋଲିସ ପଞ୍ଜାବର ଭଟିଣ୍ଡା, ମୋହାଲି ସମେତ କେତେକ ରାଜ୍ୟରେ ଲଗାତାର୍ ରେଡ୍ କରିଥିଲା । ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଚଢ଼ାଉ କରିଥିଲା ଦିଲ୍ଲୀ ପୋଲିସ । ତଥାପି ସୁଶୀଲ କୁମାର ଧରାପଡ଼ି ନଥିଲେ । ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ପେଶାଦାର ଅପରାଧୀ ଭଳି ପୋଲିସକୁ ଚକମା ଦେଉଥିଲେ । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲର ବରିଷ୍ଠ ଇନ୍ସପେକ୍ଟର ଶିବକୁମାର, ଇନ୍ସପେକ୍ଟର କରମବୀର ଏବଂ ଏସିପି ଅତର ସିଂଙ୍କ ଟିମ୍ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ଅଜୟଙ୍କୁ ଗିରଫ କରିଛି । ଉଭୟଙ୍କୁ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗିରଫ କରିଛି ପୁଲିସ । ଛତ୍ରାସାଲ ଷ୍ଟାଡିୟମରେ ୨୩ବର୍ଷୀୟ ସାଗର ରଣା ହତ୍ୟା ମାମଲାରେ ସୁଶୀଲ କୁମାର ଗିରଫ ହୋଇଛନ୍ତି ।

Slider ଅପରାଧ କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ