ଗାନ୍ଧିଜୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସ୍ମାର୍ଟକ୍ଲାସ ଉଦ୍‌ଘାଟନ

ଗାନ୍ଧିଜୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସ୍ମାର୍ଟକ୍ଲାସ ଉଦ୍‌ଘାଟନ

ଗାନ୍ଧିଜୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସ୍ମାର୍ଟକ୍ଲାସ ଉଦ୍‌ଘାଟନ

News by Smrutiranjan Tripathy (Choudwar)

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ସାମ୍ପ୍ରତିକ ଆଧୁନିକ ସଭ୍ୟତାରେ ଯୁଗ ସହ ଯୁଗ ତାଳମେଳେଇ ଚାଲିବା ଲକ୍ଷ୍ୟରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସରକାରୀ ସ୍କୁଲ ଗୁଡ଼ିକୁ ୫-ଟି ଅନ୍ତର୍ଗତ ମୋ ସ୍କୁଲ ଅଭିଯାନରେ ସାମିଲ କରି ଶିକ୍ଷାର ମାନବୃଦ୍ଧି ପାଇ ଯୋଜନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତର ଶିମିଳିହାଣ୍ଡ ଗ୍ରାମସ୍ଥିତ ଗାନ୍ଧିଜୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ସ୍ମାର୍ଟକ୍ଲାସ ଉଦ୍‌ଘାଟିତ ହୋଇଯାଇଛି । କୟଳପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଶୈଳବାଳା ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ସମ୍ପ୍ରତି ରାଜ୍ୟସରକାର ଶିକ୍ଷାର ବିକାଶ ନିମନ୍ତେ ଏହି ଯେଉଁ ଯୋଜନା ଆରମ୍ଭ କରିଛନ୍ତି ତାହା ବେଶ ସ୍ୱାଗତ ଯୋଗ୍ୟ । ଏହାଦ୍ୱାରା କୁନିକୁନି ପିଲାମାନଙ୍କର ବୌଦ୍ଧିକ ଓ ଶୈକ୍ଷିକ ବିକାଶ ସମ୍ଭବ ହୋଇ ପାରିବ ବୋଲି ମତପ୍ରକାଶ କରିଥିଲେ । ଏଥିସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବହୁ ନୀତିଶିକ୍ଷା ଦେବା ସହ ଶିକ୍ଷାନୁଷ୍ଠାନର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଗୁରୁତ୍ୱ ଦେବେ ବୋଲି କହିଥିଲେ ।
ଉକ୍ତ ଶିକ୍ଷାନୁଷ୍ଠାନଟି ୧୯୭୪ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଏଠାରେ ବହୁ ସମସ୍ୟାର ସମାଧାନ ହୋଇପାରିନାହିଁ । ଏଠାରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୮୦ରୁ ଉର୍ଦ୍ଧ୍ୱ ପିଲା ଶିକ୍ଷାଗ୍ରହଣ କରୁଛନ୍ତି । ମାତ୍ର ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କ ଅଭାବ ରହିଛି । ପୁନଶ୍ଚ ଏହି ଶିକ୍ଷାନୁଷ୍ଠାନର ବିରାଟ ଖେଳପଡ଼ିଆ ରହିଥିଲେ ମଧ୍ୟ ଏହାର ଭିତ୍ତିଭୂମି ସୁଦୃଢ଼ ହୋଇ ପାରିନାହିଁ । କେବଳ ସେତିକି ନୁହେଁ; ରୋଷେଇ ଘରଟିଏ ନଥିବା ଯୋଗୁଁ ମଧ୍ୟାହ୍ନ ଭୋଜନ ରାନ୍ଧିବାରେ ସମସ୍ୟା ଦେଖା ଯାଉଛି । ସେହିଭଳି ସ୍କୁଲରେ ସାଇକେଲ ଷ୍ଟାଣ୍ଡର ଆବଶ୍ୟକତା ରହିଛି । ଏହି ସ୍କୁଲରେ ଶୈକ୍ଷିକ ବାତାବରଣ ନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ନଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ତେବେ ଏ ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦାସ ଯୋଗଦେଇ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ରାଜ୍ୟସରକାର ସର୍ବଦା ଚେଷ୍ଠିତ ଅଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଚୌଦ୍ୱାର ଇମ୍ଫାଗ୍ରୁପର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶିକ୍ଷା ଅଧିକାରୀ ସରୋଜିନୀ ସାହୁ, ଏବିଇଓ କଳ୍ପନା ନାୟକ, ଅରୁନ୍ଧ୍ୱତୀ ମିଶ୍ର, କଟକ ଜିଲ୍ଲା ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ସ୍ଥାନୀୟ ସମିତି ସଭ୍ୟା ବନ୍ଦନା ସ୍ୱାଇଁ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ କୈଳାସ ଭୋଳ, ସାମାଜିକ କର୍ମୀ ସୁଧାକର ନାୟକ, ସୁଶାନ୍ତ କୁମାର ସାହୁ, ତ୍ରିନାଥ ସାହୁ, ଦେବେନ୍ଦ୍ର ରାଉଳ, ପ୍ରଦୀପ ବିଶ୍ୱାଳ, ଲକ୍ଷ୍ମୀଧର ନାୟକ, ମହେନ୍ଦ୍ର ବିଶ୍ୱାଳ, ପୂର୍ବତନ ପ୍ରଧାନ ଶିକ୍ଷକ ହେମନ୍ତ ପାତ୍ର, ପୂର୍ବତନ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ବିଷ୍ଣୁଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଧାନ ଶିକ୍ଷକ ତ୍ରିଲୋଚନ ରାଉତ, ରାଜେଶ ନାୟକ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି