ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି


ଛେଣ୍ଡିପଦା (ଏନ୍‌.ଏମ୍‌.): ଛେଣ୍ଡିପଦା ଅଞ୍ଚଳରେ ଜମିଅଧିଗ୍ରହଣ ଉଦେଶ୍ୟରେ ଗାଁ ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିର ଅପବ୍ୟବହାର ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜମି ଅଧିଗ୍ରହଣ ପୂର୍ବରୁ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ କରିବାକୁ ସରକାରୀ ନିୟମ ରହିଛି । ଛେଣ୍ଡିପଦା ତହସିଲ ଅଧିନରେ ବୈତରଣୀ ୱେଷ୍ଟ କୋଲ ବ୍ଲକର ପ୍ରସ୍ତାବିତ ଖୋଲା କୋଇଲା ଖଣି ଗୁଜୁରାଟ ମେନେରାଲ ଡେଭଲପମେଣ୍ଟ କର୍ପୋରେସନ ଜମିଅଧିଗ୍ରହଣ ଆରମ୍ଭ କରିଛି । କିନ୍ତୁ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ ନକରି ଉନ୍ନୟନ ପାଣ୍ଠିକୁ ଗାଁ ଗାଁରେ ମୁଷ୍ଟିମେୟ ସ୍ଥାନୀୟ କିଛି ଯୁବକଙ୍କୁ ପ୍ରଲୋଭିତ କରି ଖଣିବିରୋଧି ଲୋକଙ୍କ ବିରୁଦ୍ଧରେ ପାଣ୍ଠିକୁ ବିନିଯୋଗ କରୁଛି । ଖଣିପାଇଁ କ୍ଷତିଗ୍ରସ୍ତ ହେବେ ଜମିହରା ହରାଇବା ଚିନ୍ତା ସାଧାରଣରେ ମୁଣ୍ଡବ୍ୟଥା ପାଲଟିଛି । ଜମିହରାଉଥିବା କମ୍ପାନୀ ପକ୍ଷରୁ ସୁବିଧା ସୁଯୋଗ ବିଷୟରେ ଆଲୋଚନା ମାଧ୍ୟମରେ ବୁଝାସୁଝା କରିବା କଥା । ଏହାବ୍ୟତୀତ କମ୍ପାନୀ ଦ୍ୱାରା ନିୟୋଜିତ ସର୍ଭେ ସଂସ୍ଥା ବିଏନବି କମ୍ପାନୀକୁ ପଡୋଶୀ ନୟନୀ କୋଲ ବ୍ଲକରେ ସିଙ୍ଗରେନି କମ୍ପାନୀ ପାଇଁ ସାମାଜିକ ଓ ଅର୍ଥନୈତିକ ସର୍ଭେ କରିଥିଲେ । ସର୍ଭେରେ ବ୍ୟାପକ ଭୁଲ ତଥ୍ୟ ଥିବାରୁ ଜମି ହରାଇଥିବା ପ୍ରଜା ଲକ୍ଷ ଲକ୍ଷ ଟଙ୍କା ବ୍ୟତିକ୍ରମ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲେ । ଘର, ଗଛ, ପୋଖରୀ, କୂଅ ଥିବା ପ୍ରଜାଙ୍କ ସର୍ଭେ ରିପୋର୍ଟରେ ନଥିବାରୁ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା । ଜନଅସନ୍ତୋଷକୁ ଅନୁଭବ କରି ସେଙ୍ଗରେନି କମ୍ପାନୀ ନିଜେ ସର୍ଭେ କରି ସଂଶୋଧନ କରି ଜମିହରାଙ୍କୁ ଅର୍ଥ ପଇଠ କରିଥିଲେ । ସର୍ଭେରେ ବ୍ୟାପକ ତ୍ରୁଟିକୁ ନେଇ ମାଛକୁଟା, ଛେଣ୍ଡିପଦା ଓ ହାଣ୍ଡିଗୁଡା ଗ୍ରାମରେ ଆଲୋଚନା ବୃଦ୍ଧି ପାଇବା ସହିତ ସନ୍ଦେହ ସୃଷ୍ଟି ହୋଇଛି । ସର୍ଭେ ଲୋକଙ୍କ ସପକ୍ଷରେ ରହିବ ନା କ୍ଷତିରେ ରହିବ ବିଏନବି କମ୍ପାନୀ ଉପରେ ସନ୍ଦେହ ଦେଖା ଦେଇଛି । ବୈତରଣୀ ୱେଷ୍ଟ କୋଲ ବ୍ଳକରେ ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଟେଣ୍ଟୁଲୋଇ, ମାଛକୁଟା ଓ ଛେଣ୍ଡିପଦା ପଞ୍ଚାୟତର ମାନଙ୍କରେ ୬ଟି ଗାଁରେ ଜମିଅଧିଗ୍ରହଣ କରୁଛି । ନିଜେ ସର୍ଭେ ନକରି ପଡୋଶୀ ନୟନୀ ଖଣିରେ ତ୍ରୁଟିପୂର୍ଣ୍ଣ ସର୍ଭେ କରିଥିବା ସଂସ୍ଥା ବିଏନବି କମ୍ପାନୀକୁ ନିୟୋଜିତ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାମାଜିକ ଦାୟିତ୍ୱବୋଧ (ସିଏସଆର) ପାଣ୍ଠିରେ ବିସ୍ଥାପିତ ଅଞ୍ଚଳ ବାହାର ଯୁବକଙ୍କୁ ବ୍ୟବହାର କରାଯାଉଛି । କମ୍ପାନୀର ଏଭଳି ନୀତିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା ସହିତ ଅଞ୍ଚଳବାସୀଙ୍କ ସାମୁହିକ ସ୍ୱାର୍ଥକୁ ନେଇ ବ୍ଲକର ବିଭିନ୍ନ ଗ୍ରାମର ଚିନ୍ତାଶୀଳ ବ୍ୟକ୍ତିଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ