ଖ୍ରୀଷ୍ଟକଲେଜରେ ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ

ଖ୍ରୀଷ୍ଟକଲେଜରେ ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ

ଖ୍ରୀଷ୍ଟକଲେଜରେ ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଟୁର୍ଣ୍ଣାମେଣ୍ଟ ଖ୍ରୀଷ୍ଟକଲେଜର ବିଜୁପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟସ କମ୍ପେ୍ଲକ୍ସରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଖ୍ରୀଷ୍ଟକଲେଜ ପରିଚାଳନା ସମିତିର ସଭାପତି ତଥା ଜାତୀୟସ୍ତରର ପ୍ରାକ୍ତନ ବ୍ୟାଡମିଣ୍ଟନ କ୍ରୀଡାବିତ୍ ଅନୁପମ ପାତ୍ର ଉଦ୍‌ଘାଟନ କରିଥିଲେ । ପରିଚାଳନା ସମିତିର ସମ୍ପାଦକ ବିକାଶ ଚନ୍ଦ୍ର ରାଉତ ସମୁଦାୟ ୨୮ଟି କଲେଜରୁ ଭାଗ ନେଇଥିବା ଖେଳାଳୀମାନଙ୍କୁ ସ୍ୱାଗତ କରିଥିଲେ । ଜାତୀୟସ୍ତରର ବ୍ୟାଡମିଣ୍ଟନ ଅମ୍ପେୟାର ତଥା ଟୁର୍ଣ୍ଣାମେଣ୍ଟର ଚିଫ୍ ରେଫରୀ ରୀତା ଦାଶ ଖେଳର ନିୟମ ସମ୍ପର୍କରେ ଖେଳାଳୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ସ୍ପୋର୍ଟସ କମ୍ପେ୍ଲକ୍ସରେ ଥିବା ୪ଟି କୋର୍ଟରେ ସମାନ୍ତରାଳ ଭାବେ ପ୍ରତ୍ୟେକ ଟିମ୍ ଦୁଇଦିନ ଧରି ଖେଳିବା ପରେ ପୁରୁଷ ବିଭାଗର ବି.ଜେ.ବି. କଲେଜ ବ୍ୟାଡମିଣ୍ଟନ୍ ଟିମ୍ ଚମ୍ପିଅନ ହୋଇଥିବାବେଳେ ଖ୍ରୀଷ୍ଟକଲେଜ ଟିମ ରନର୍‌ସଅପ ହୋଇଛନ୍ତି । ଏଥି ସହିତ ମହିଳା ବିଭାଗରେ ହାଇଟେକ ମେଡିକାଲ କଲେଜ ଟିମ ଚମ୍ପିଅନ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜ ଟିମ ରନର୍‌ସଅପ ହୋଇଛନ୍ତି । କଲେଜର ଅଧ୍ୟକ୍ଷା ମଧୁମିତା ପାତ୍ର ଚମ୍ପିଅନ ଓ ରନସ୍‌ଅପ୍ ହୋଇଥିବା ବିଜେତାମାନଙ୍କୁ ଟର୍ଫି ସହିତ ମାନପତ୍ର ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଜାତୀୟ ବ୍ୟାଡମିଣ୍ଟନ କ୍ରୀଡାବିତ୍ କମଲ ଦାସ ଯୋଗଦେଇଥିବାବେଳେ ପରିଚାଳନା ସମିତିର ବରିଷ୍ଠ ସଦସ୍ୟ ବିଧାନ ଚନ୍ଦ୍ର ରାଉତ ଏବଂ ଚନ୍ଦନ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍‌ଯାପନ କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ଦୈତ୍ୟାରୀ ଶୁକ୍ଳ ସଂଯୋଜନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଗଦେଇଥିବା ପର୍ଯ୍ୟବେକ୍ଷକ ପ୍ରମୋଦ ବଳିୟାର ସିଂ, ଚୟନକାରୀ ରବିନ୍ଦ୍ରନାଥ ପ୍ରଧାନ ଓ ମନୋଜ ସାହୁଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟର ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଖ୍ରୀଷ୍ଟକଲେଜ ସ୍ପୋର୍ଟସ କାଉନ୍‌ସିଲର ସଂଯୋଜକ ଅଧ୍ୟାପକ ଶୋଭନ ପଣ୍ଡା, ସଦସ୍ୟ ଡ. ଜେହାରା ଜବିନ, ଡ. କବିତା ଜେନା, ଡ. ପ୍ରଦ୍ୟୁମ୍ନ କୁମାର ଦାଶ, ସ୍ୱାତୀ ଦାଶ, ଡ. ଅଭିଜିତ୍ ଷଡଙ୍ଗୀ, ସାଗରଜିତ୍ ଭଟ୍ଟାଚାର୍ଯ୍ୟ, ପ୍ରିୟରଞ୍ଜନ ଦାଶ, ମର୍ଦ୍ଦରାଜ ପଣ୍ଡା ଓ ବିଭୁପ୍ରସାଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଖ୍ରୀଷ୍ଟକଲେଜ ଇତିହାସରେ ପ୍ରଥମଥର ପାଇଁ ଏଭଳି ଚମ୍ପିୟନସିପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାରୁ ଆନନ୍ଦର ସହ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି