ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ

News By Saroj Kumar Muduli (Khordha)

#ଖୋର୍ଦ୍ଧା (ଏନ୍‌.ଏମ୍‌.): ବିଶ୍ୱ ମାନବ ଅଧିକାର ରକ୍ଷକ ଦିବସର ସୁ-ଅବସରରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ଛକରେ ଆନୁଷ୍ଠାନିକ ଭାବରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଖଣ୍ଡାୟତ କ୍ଷତ୍ରିୟ କଳକୀ ସେନା ରାଜ୍ୟ ସଭାପତି ଯୋଗିନାଥ ବଳିୟାରସିଂଙ୍କ କରକମଳରେ ଉଦଘାଟନ ହୋଇଥିବାବେଳେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟର ପ୍ରଶାସନିକ ସଚିବ ଅବିନାଶ ସାମନ୍ତରାୟ, ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ଛାତ୍ର ସଭାପତି ଡକ୍ଟର ସୁଶାନ୍ତ କୁମାର ଶତପଥୀ, ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଉପ-ସଭାପତି ଯୁଗଳ କିଶୋର ପ୍ରଧାନ, ସହ ସମ୍ପାଦକ ବିଷ୍ଣୁ ଚରଣ ସାମନ୍ତରାୟ, ଜିଲ୍ଲା ସମ୍ବାଦ ଓ ସଂଚାର ପ୍ରସାରଣର ମୁଖ୍ୟ ସମୀର ସୁନ୍ଦରାୟ, ଟାଙ୍ଗି ବ୍ଲକ ମହିଳା ସଭାପତି ପୁଷ୍ପଲତା ବେହେରା, ନୟାଗଡ ଜିଲ୍ଲା ବୋର୍ଡ ସହ ସମ୍ପାଦକ ଶିବଶଙ୍କର ରଥ, ବାଉରୀବନ୍ଧୁ ସାହୁ, ସମାଜସେବୀ ନବକିଶୋର ବିଧାର, ଯୁବ ସମାଜସେବୀ ସଞ୍ଜୟ ମହାପାତ୍ର ତଥା ଅନ୍ୟାନ୍ୟ କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ ଗ୍ରାମବାସୀ ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ତରଫରୁ ଏକ ହେଲ୍ପ ଲାଇନ ଆଣିବା ୯୦୭୮୦୨୫୫୫୨ ଓ ଟୋଲ ଫ୍ରି ନମ୍ବର ୧୮୦୦୨୧୨୧୭୦୦ରେ ଯୋଗାଯୋଗ କରି ଅଭିଯୋଗ ପଞ୍ଜିକୃତ କରିପାରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ତରଫରୁ ଏକ ହେଲ୍ପ ଲାଇନ ଆଣିବା ୯୦୭୮୦୨୫୫୫୨ ଓ ଟୋଲ ଫ୍ରି ନମ୍ବର ୧୮୦୦୨୧୨୧୭୦୦ ରେ ଯୋଗାଯୋଗ କରି ଅଭିଯୋଗ ପଞ୍ଜିକୃତ କରିପାରିବେ ବୋଲି ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ଦିଲ୍ଲୀ ସ୍ଥିତ ମୁଖ୍ୟ କାଯ୍ୟାଳୟର ପ୍ରଶାସନିକ ସଚିବ ଅବିନାଶ ସାମନ୍ତରାୟ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜକର କାର୍ଯ୍ୟକର୍ତ୍ତା, ପରିଛଳ ଗ୍ରାମ୍ୟବାସୀ ଏବଂ ବିଶ୍ୱ ରଞ୍ଜନ ସାହୁଙ୍କୁ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ସମସ୍ତ ସଭ୍ୟ ବୃନ୍ଦ ଓ ବୁଦ୍ଧଜୀବୀ ମାନେ ନିଜର ଆନ୍ତରିକଶୁଭେଛା ସହ ଧନ୍ୟବାଦ୍ ଜଣାଇଛନ୍ତି । ବିଶ୍ୱ ରଂଜନ ସାହୁ, ଓଡ଼ିଶା ରାଜ୍ୟରେ, ଭାରତରେ ଓ ବିଦେଶରେ ବିଭିନ୍ନ ସାମାଜିକ ଓ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଭାବରେ ଜଡ଼ିତ । ସମାଜରେ ବ୍ୟକ୍ତିବିଶେଷଙ୍କ ଅଧିକାର ରକ୍ଷା କରିବା ଏବଂ ଦାରିଦ୍ର, ମାନସିକ ସ୍ୱାସ୍ଥ୍ୟ, ଘରୋଇ ହିଂସା, ଅକ୍ଷମତା ଅଧିକାର ଏବଂ ଅନ୍ୟାନ୍ୟ ଅତ୍ୟାଚାର ଭଳି ସମସ୍ୟାକୁ ସମାଧାନ କରିବାର ଏକ ସାମାଜିକ କର୍ମୀର ମୂଳମନ୍ତ୍ର । ସେ ନିଜର କର୍ମମୟ ଜୀବନ ମଧ୍ୟରେ ବିଭିନ୍ନ ସଗଠନରେ ସକ୍ରିୟ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବଲମ୍ବନ କରୁଛନ୍ତି । ବର୍ତ୍ତମାନ ଶ୍ରୀ ସାହୁ, ଓଡ଼ିଶାର ଭାରତ ସେବା ଦର୍ଶନ ଚ୍ୟାରିଟେବୁଲ୍ ଟ୍ରଷ୍ଟରର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ସହିତ ବିଶ୍ୱ ଓଡିଶା ସମାଜ, ଭାରତୀୟ ପ୍ରଭାସୀ ପରିଷଦର ଓଡ଼ିଶା ସଙ୍ଘର ସଭାପତି -ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ – ଗଲ୍ଫ ଦେଶ ବୋର୍ଡର ସଭାପତି – ଆନ୍ତର୍ଜାତୀୟ ସାଧାରଣ ସମ୍ପାଦକ / ମୋ ସହାୟ ଏକ ଜନ କଲ୍ୟାଣ କର୍ମ ନିଯୁକ୍ତି ସଂସ୍ଥା/ କୁଏତର ଭାରତୀୟ ପ୍ରଭାସୀ ପରିଷଦ ସାମାଜିକ କଲ୍ୟାଣର ମିଳିତ ସମ୍ମିଳନୀର ସଂଯୋଜକ /ଗ୍ଲୋବାଲ୍ ଓଡିଆ ସ୍ୱେଚ୍ଛାସେବୀ ସଂଗଠନ/ କୁଏତର ରାଇଟର୍ସ ଫୋରମ୍ – ପ୍ରେରଣାତ୍ମକ କ୍ଷୁଦ୍ର ଗାଳ୍ପିକ ଓ ଲେଖକ ରୂପେ ପରିଚିତ । ଏଥିନିମନ୍ତେ, ଶ୍ରୀ ସାହୁ, ବିଶ୍ୱ ମାନବ ଦିବସ ପାଳନ ଅବସରରେ ଫୁଣି ଥରେ ବିଶ୍ୱ ମାନବ ଅଧିକାର ରକ୍ଷକର ସମସ୍ତ ସଦସ୍ୟ, ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ସମସ୍ତ ସଭ୍ୟ ବୃନ୍ଦ ଓ ବୁଦ୍ଧିଜୀବୀମାନଙ୍କୁ ନିଜର ଆନ୍ତରିଖ ଶୁଭେଛା ଓ ଧନ୍ୟବାଦ୍ ଜଣାଇଛନ୍ତି । ଏଣୁ ଭାରତ ସେବା ଦର୍ଶନ ସଂସ୍ଥା (ୱାଟସଆପ୍ ନମ୍ୱର – (+୯୧)-୯୬୬୮୧୧୮୮୨୫ / (+୯୬୫)-୫୫୫୬୮୯୯୦ ରେ ଯୋଗାଯୋଗ କରି ଅଧିକ ତଥ୍ୟ ଜାଣିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ