ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ:
କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର

News by Padmalochan Mishra (Cuttack)

#ଟକ(ଏନ୍‌.ଏମ୍‌.): କଟକରେ ରାଜ୍ୟସରକାର ବିଭିନ୍ନ ନୂଆ ନୂଆ ବୃହତ ଯୋଜନା ରୂପାୟନ କରାଯିବା ଫଳରେ କଟକ ସହରର ସୌଦର୍ଯ୍ୟ ବଢିବାରେ ଲାଗିଛି । ସହରରେ ଯାନବାହାନ ସୁପରିବହନ ଲାଗି ଖାନନଗର ଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ୧୨୧କୋଟି ୬୫ ଲକ୍ଷ ବ୍ୟୟରେ ୬ ଲେନ୍ ବିଶିଷ୍ଠ ରାସ୍ତା ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦେକ୍ଷପକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ନେଇଥିବା ସଙ୍କଳ୍ପ ଓ କାର୍ଯ୍ୟକ୍ରମର ଏହା ହେଉଛି ଏକ ଅଂଶବିଶେଷ । ସାମୂହିକ ବିକାଶ ଏବଂ ଜନ୍ମ ମାଟିର କାର୍ଯ୍ୟକ୍ରମ କରିବା ଲାଗି ସେ ଯେଉଁ ବିଶ୍ୱାସ ଓ ଭରସା ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଖାନନଗରରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବସଷ୍ଟାଣ୍ଡ ରାସ୍ତାକୁ ସୁଗମ କରିବାରେ ସହାୟକ ମଧ୍ୟ ହେବ । ପୂର୍ବରୁ ରିଂ ବନ୍ଧ ରାସ୍ତା ଚଉଡା ଲାଗି କରାଯାଉଥିବା କାର୍ଯ୍ୟ ଜାରି ରହିଛି । ବାଲିଯାତ୍ରା ଠାରୁ ଏହାର ପ୍ରସ୍ତସ୍ଥ କାର୍ଯ୍ୟକ୍ରମ କରାଯାଉଛି । କଟକବାସୀଙ୍କ ଲାଗି ଏହା ଏକ ଶୁଭ ସୂଚନା ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ବୋଲି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ମେୟର ସୁବାସ ସିଂହ, ଡେପୁଟୀ ମେୟର ଦମୟନ୍ତୀ ମାଝୀ, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ମଧୂସୂଦନ ସାହୁ, ନିରାମୟ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ବିଶ୍ୱାଳ, ବିଶ୍ୱଜିତ ମହାନ୍ତି, ପ୍ରମୁଖ ମତବ୍ୟକ୍ତ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ