ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ

ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ

ଗଜରାଜ ଉଦ୍ଧାର ଅପରେସନ ବେଳେ ଓଡ୍ରାଫ ବୋଟ ଦୁର୍ଘଟଣାଗ୍ରସ୍ତ
ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ


କଟକ(ଏନ୍‌.ଏମ୍‌.): ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଗଲେ ସାମ୍ବାଦିକ । ରାଜ୍ୟର ପ୍ରମୁଖ ଯୁବ ସାମ୍ବାଦିକଙ୍କ ମଧ୍ୟରେ ଅନ୍ୟତମ ପରିଚିତ ସାମ୍ବାଦିକ ଅରିନ୍ଦମ ଦାସ ଆଉ ନାହାନ୍ତି । ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିବା ପରେ ବହୁ ଚାଲେଞ୍ଜକୁ ସହଜରେ ସାମ୍ନା କରି ପାରୁଥିବା ଅରିନ୍ଦମ ଆଜି ଜୀବନ ବଞ୍ଚାଇବା କ୍ଷେତ୍ରରେ ହାରି ଯାଇଛନ୍ତି । ସେ ଓଟିଭିରେ ଜଣେ ଜଣାଶୁଣା ସାମ୍ବାଦିକ ଥିଲେ । ଆଜି ମୁଣ୍ଡଳୀ ଠାରେ ଏକ ହାତୀ ମହାନଦୀ ବନ୍ୟାରେ ଫସି ଯାଇଥିବାବେଳେ ଖବର ସଂଗ୍ରହ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ଦୀର୍ଘ ସମୟ ଧରି ଲାଇଭ ରିପୋର୍ଟିଂ କରିବା ବେଳେ ଓଡ଼୍ରାପ ଟିମର ବୋଟରେ ନଦୀକୁ ଭିତରକୁ ଯାଇଥିଲେ । ହେଲେ ସେ ଆଉ ଫେରିଲେ ନାହିଁ । ଫେରିଲା ତାଙ୍କ ମୃତଦେହ । ଏଭଳି ଦୁଃଖଦ ପୂର୍ଣ୍ଣ ଖବର ସାରା ରାଜ୍ୟର ସାମ୍ବାଦିକ ମହଲରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍ ଓଲଟି ପଡ଼ିଲା । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ଓଲଟି ପଡ଼ିଲା ବୋଟ୍ । ରବର ବୋଟରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ ଟିମ୍‌ର ସଦସ୍ୟଙ୍କ ସହିତ ଓଟିଭିର ଚିଫ୍ ରିର୍ପୋଟର ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା । ଏଥି ସହିତ ଉକ୍ତ ଟିମରେ ସାମିଲ ଥିବା ଜଣେ ଓଡ୍ରାଫ ଜବାନ ମଧ୍ୟ ନିଖୋଜ ହୋଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ କିଛି ହାତୀଦଳ ମହାନଦୀ ପାର ହୋଇ ଆଠଗଡ଼ ଆଡ଼କୁ ଆସୁଥିଲେ । ହେଲେ ମୁଣ୍ଡଳି ନିକଟରେ ପ୍ରଖର ସୁଅ ରହିଥିବା ଯୋଗୁଁ ଅନ୍ୟ ହାତୀମାନେ ଭାସି ଯାଇଥିବାବେଳେ ଏକ ଦନ୍ତାହାତୀ ଫସି ଯାଇଥିଲା । ଦୀର୍ଘ ୧୦ଘଣ୍ଟା ଧରି ହାତୀକୁ ଉଦ୍ଧାର କରିବା ପାଇଁ ବନବିଭାଗ, ଓଡ୍ରାଫ ବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ତେବେ ପରବର୍ତ୍ତୀ ସମୟରେ ହାତୀକୁ ମନେଇବା ପାଇଁ ଓଡ୍ରାଫ ଟିମ ଏକ ବୋଟ ଯୋଗେ ନଦୀ ଭିତରକୁ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଉକ୍ତ ବୋଟ । ତେବେ ଅଗରାଜ ଉଦ୍ଧାର ଅପରେସନବେଳେ ବୋଟଟି ଦୁର୍ଘଟଣା ହେବା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଉକ୍ତ ବୋଟରେ ଥିବା ଅନ୍ୟ ସଦସ୍ୟଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥ ମଧ୍ୟ ଗୁରୁତର ଥିବା ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି