ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା

ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା

ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ଫାଟକରେ ତାଲାପକାଇ ସଫେଇ କର୍ମଚାରୀଙ୍କ ଧାରଣା

News by Sambitbhusan Senapati (Khandapada)

ଖଣ୍ଡପଡା (ଏନ୍‍.ଏମ୍‍.): ପରିମଳ ବ୍ୟବସ୍ଥାର ଘରୋଇକରଣକୁ ବିରୋଧ କରି ଗତ ୧୪ ଦିନ ଧରି ସଫେଇ କର୍ମଚାରୀମାନେ ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଧାରଣାରତ ସଫେଇ କର୍ମଚାରୀମାନେ ଏନଏସି କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ବୁଧବାର ପୂର୍ବାହ୍ନରେ ତାଲା ଝୁଲାଇ ଦେବା ଯୋଗୁଁ କର୍ମଚାରୀମାନେ କାର୍ଯ୍ୟାଳୟ ପରିସରକୁ ଯାଇପାରି ନଥିଲେ । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ଏ ସଂପର୍କରେ ଖଣ୍ଡପଡା ଥାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଇଆଇସି ରମେଶ କୁମାର ଦେବତା ସଦଳବଳେ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନରତ ସଫେଇ କର୍ମଚାରୀଙ୍କୁ ବୁଝାଶୁଝା କରିଥିଲେ । ପରବର୍ତୀ ସମୟରେ ଖଣ୍ଡପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ସଫେଇ କର୍ମଚାରୀମାନଙ୍କୁ ବୁଝାଶୁଝା କରିବା ସହ ଏ ସଂପର୍କରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ । ପରେ ପୁଲିସ ଓ ଏନଏସି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏନଏସି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ପଡିଥିବା ତାଲା ଖୋଲାଯାଇଥିଲା । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ