ଖଣ୍ଡପଡା ଉପ ଡାକଘରେ ଜାତୀୟ ପତାକା ବିକ୍ରିର ଶୁଭାରମ୍ଭ

ଖଣ୍ଡପଡା ଉପ ଡାକଘରେ ଜାତୀୟ ପତାକା ବିକ୍ରିର ଶୁଭାରମ୍ଭ

ଖଣ୍ଡପଡା ଉପ ଡାକଘରେ ଜାତୀୟ ପତାକା ବିକ୍ରିର ଶୁଭାରମ୍ଭ

News by Sambit Bhusan Senapati (Khandapada)

ଖଣ୍ଡପଡା(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପାଳନ ହେଉଛି । ଏହି ପରିପ୍ରେକ୍ଷୀରେ ଦେଶ ତମାମ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ସ୍ୱାଧୀନତା ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତେଣୁ ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ପ୍ରଶାସନସ୍ତରରେ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ଖଣ୍ଡପଡା ଉପ ଡ଼ାକଘରେ ଜାତୀୟ ପତାକା ବିକ୍ରିର ଶୁଭାରମ୍ଭ ହୋଇଯାଇଛି । ଡାକପାଳ ସନ୍ତୋଷ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ଜାତୀୟ ପତାକା କ୍ରୟ କରିବା ପାଇଁ ଏବେ ଉପଡାକଘରେ ଜନସାଧାରଣଙ୍କ ଭିଡ ଜମିବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ, ଯୁବକ ସଂଗଠନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ପତାକା କ୍ରୟ ନିମନ୍ତେ ସ୍ୱତନ୍ତ୍ର ଉତ୍ସାହ ପରିଲକ୍ଷିତ ହୋଇଛି । ସୂଚନାଯୋଗ୍ୟ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ବାସଗୃହ ସମ୍ମୁଖରେ ଜାତୀୟ ପତାକା ଉଡାଇବା ସହ ଆଜାଦ କି ଅମୃତ ମହୋତ୍ସବ ପାଳନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ