ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ


#ରାଇରଙ୍ଗପୁର (ଏନ୍‌.ଏମ୍‌.): ଦିନକୁ ଦିନ ତାତି ବଢିଲାଣି । ତାତି ବଢିଆ ସହ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସଂକଟ ଦେଖାଦେଇଛି । ସରକାର ହର ଘର ପିଇବା ପାଣି ବ୍ୟବସ୍ଥା କରୁଥିବାବେଳେ ବିଜାତଳା ବ୍ଳକର ବିଜାତଳା ପଞ୍ଚାୟତର ଖଡିଆଶୋଳ ଗ୍ରାମରେ ଆଜି ଯାଏଁ ସ୍ଥାୟୀ ଜଳ ସମସ୍ୟା କରାଯାଇ ପାରି ନାହିଁ । ଦୀପ ତଳ ଅନ୍ଧାର ଭଳି ବ୍ଳକ୍ ସଦର ମହକୁମା ପଞ୍ଚାୟତରେ ଜଳ ସଙ୍କଟ ଦେଖା ଦେଇଛି । ଏହି ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରନ୍ତି । ଗାଁ ରେ ଥିବା ଅଧିକାଂଶ ନଳକୂପ ଅଚଳ । ଗ୍ରାମ ପୋଖରୀ ଶୁଖିବାକୁ ବସିଲାଣି । ଲୋକେ ଶୌଚ, ଗାଧୋଇବା, ଲୁଗା ଧୋଇବା, ଗୋରୁଗାଈଙ୍କୁ ଗାଧୋଇବା କାମ କରିବାରେ ଅସୁବିଧାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟ ଗ୍ରାମକୁ ଯାଇ ପିଇବା ପାଣି ଆଣୁଛନ୍ତି । ବ୍ଳକ ପ୍ରଶାସନ କୁ ଜଣାଇଲେ ମଧ୍ୟ ସୁଫଳ ପାଇଁ ପାରୁ ନାହାଁନ୍ତି । ତେଣୁ ବାଧ୍ୟ ହୋଇ ଆଜି ଖଡିଆଶୋଳ ଗ୍ରାମବାସୀ ରାଇରଙ୍ଗପୁରରେ ବାମନଘାଟୀ ଉପ ଜିଲ୍ଲାପାଳଙ୍କୁ ଜଳ ସମସ୍ୟା ସମାଧାନ ପାଇଁ ଗୁହାରି କରିବା ସହ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ଏହାର ସମାଧାନ ନ କରନ୍ତି ଆଗାମୀ ଦିନରେ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବେ ଯେଉଁଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ