କୟଳପଡ଼ା ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ଶୈଳବାଳା ନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ପଞ୍ଚାୟତରେ ସମସ୍ତ ଜନସାଧାରଣ କିଭଳି ସରକାରୀ ସୁବିଧା ପାଇ ପାରିବେ ସେଥି ପାଇଁ ଚେଷ୍ଟା କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରିବା ସହ ପଞ୍ଚାୟତ ଏକ ନମ୍ୱର୍ କରିବା ପାଇଁ ଶ୍ରୀମତୀ ନାୟକ ଆହ୍ୱାନ ଦେଇଥିଲେ । ସେହିଭଳି ପଞ୍ଚାୟତର ଥିବା କିଛି ସମସ୍ୟା ଯଥା ମେଡିକାଲ ଭିତ୍ତିଭୂମି ଉନ୍ନତିକରଣ ସହ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା, ପଶୁ ଡାକ୍ତର ଖାନା ପ୍ରତିଷ୍ଠା କରିବା, ନଦୀକୂଳର ପଥର ପ୍ୟାକିଂ କରିବା, ଅବ୍ୟବସ୍ଥାରେ ରହିଥିବା ହାଇସ୍କୁଲ୍ର ଉନ୍ନତିକରଣ ଓ ଶିକ୍ଷା ଦାନରେ ସୁଧାର ପାଇଁ ସ୍ଥାନୀୟ ବିଧାୟକ ସୋଭିକ ବିଶ୍ୱାଳଙ୍କ ନିକଟରେ ଉପସ୍ଥାନ କରିବା ସହ ଏହାର ସ୍ଥାୟୀ ସମାଧାନ ଦିଗରେ ପଦେକ୍ଷପ ନେବା ଲାଗି ଜଣାଇଥିଲେ । ପୁନଶ୍ଚ ଏହି ପଞ୍ଚାୟତର ଜନସାଧାରଣ ଦୈନିକ କଟକ ଭୂବନେଶ୍ୱର ଯାତାୟତ କରୁଥିବାରୁ ଏଠାକୁ ମୋ’ ବସ ସେବା ଉପଲବ୍ଧ କରିବା ଉପରେ ମଧ୍ୟ ସରପଞ୍ଚ ବିଧାୟକଙ୍କୁ ନିବେଦନ କରିଥିଲେ । ତେବେ ବିଧାୟକ ଶ୍ରୀ ବିଶ୍ୱାଳ ପଞ୍ଚାୟତର ଥିବା ଏକମାତ୍ର ଡାକ୍ତରଖାନାରେ ଆଇସିୟୁ ବ୍ୟବସ୍ଥା ସହ ପଞ୍ଚାୟତରେ ଥିବା ହାଇସ୍କୁଲର ଉନ୍ନତି ପାଇଁ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବୈଠକରେ ସୂଚନା ଦିଆଯାଇଛି । ତେବେ ପଞ୍ଚାୟତରେ ଥିବା ସମସ୍ୟା ଓ ତାହାର ସ୍ଥାୟୀ ପ୍ରତିକାର କରାଯିବା ସହ କିଭଳି ଏକାଠି ହୋଇ କାମ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ତେବେ ଉକ୍ତ କାର୍ଯ୍ୟକ୍ରମରେ ଟାଙ୍ଗୀ ଚୌଦ୍ୱାର ବ୍ଲକର ଚେୟାରମ୍ୟାନ ମିନାକ୍ଷୀ ଦାସ, ଭାଇସ୍ ଚେୟାରମ୍ୟାନ ସୁପ୍ରିୟା ଜେଠୀ, ୧୧ନମ୍ବର୍ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ, କୟଲପଡ଼ା ପଞ୍ଚାୟତ ସମିତି ସଦସ୍ୟା ବନ୍ଦନା ସ୍ୱାଇଁ ପ୍ରମୁଖ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସଭାପତି ସୁଧାକର ନାୟକ, ବିଜେଡ଼ି ସଂଗଠକ ଶଙ୍କର ବେହେରା, ପଞ୍ଚାୟତ ଉପଦେଷ୍ଟା କାମଦେବ ପ୍ରଧାନ, ସୁରେଶ ମହାରଣା, ରବୀନ୍ଦ୍ର ପଣ୍ଡା, ପ୍ରଦୀପ ବିଶ୍ୱାଳ, ସୁକାନ୍ତ ନାୟକ, ଲକ୍ଷ୍ମୀଧର ନାୟକ, ଫକୀର ପରିଡ଼ା, ବାବାଜୀ ମହାରଣା, ଚନ୍ଦ୍ରକାନ୍ତ ଖୁଣ୍ଟିଆ, ନାୟବ ସରପଞ୍ଚ ମଧବାନନ୍ଦ ସେଠୀ, ପଞ୍ଚାୟତ ସଂଗଠକ ପ୍ରତାପ ସ୍ୱାଇଁ, ପିତାମ୍ବର ନାୟକ ଆଦି ଉପସ୍ଥିତ ଥିଲେ । ଲକ୍ଷ୍ମୀଧର ପଣ୍ଡା, ଉମେଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।