କୋର୍ଟରେ ହାଜର ହେଲେ ସାଲେପୁର ଏସଡିପିଓ, ଦାଖଲ କଲେ ସବୁ ଦସ୍ତାବିଜ

ମାହାଙ୍ଗା(ଏନ୍.ଏମ୍.): କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ସାଲେପୁର ଏସଡିପିଓ କୋର୍ଟରେ ହାଜର ହୋଇଛନ୍ତି । ତେବେ କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଜେଏମଏଫସି କୋର୍ଟ ସାଲେପୁର ୨୦ ତାରିଖ ସୁଦ୍ଧା କେସର ଷ୍ଟାଟସ୍ ରିପୋର୍ଟ ଏବଂ ତଦନ୍ତରେ ବିଳମ୍ବ ପାଇଁ କାରଣ ଦର୍ଶାଅ ମାଗିଥିଲେ । ସାଲେପୁର ଏସଡିପିଓ ବିମଳ କୁମାର ବାରିକ ଏହି କେସର ତଦନ୍ତ କରି କୋର୍ଟରେ ହାଜର ହୋଇଥିଲେ । କେସ ସମ୍ବଳିତ ଦସ୍ତାବିଜ୍ ମାନ୍ୟବର ଅଦାଲତଙ୍କ ନିକଟରେ ଦାଖଲ କରିଥିଲେ । ମୃତ ଦିବ୍ୟସିଂହ ବରାଳ ଓ କୁଳମଣି ବରାଳ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାରେ ମାହାଙ୍ଗା ଥାନା ଓ ପୁଲିସ ରହିଥିଲା । ତଦନ୍ତରେ କାହିକି ବିଳମ୍ବ ହେଉଛି ବୋଲି କୋର୍ଟ ରିପୋର୍ଟ ଦାଖଲ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ସେହି ସବୁ ତଦନ୍ତର ରିପୋର୍ଟ ଆଜି ସାଲେପୁର ଏସଡିପିଓ ଶ୍ରୀ ବାରିକ କୋର୍ଟରେ ଦାଖଲ କରିଥିଲେ ।