କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨; ନବବଧୂ ପରି ସଜେଇ ହୋଇଛି କୋଣାର୍କ

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨; ନବବଧୂ ପରି ସଜେଇ ହୋଇଛି କୋଣାର୍କ

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨
ନବବଧୂ ପରି ସଜେଇ ହୋଇଛି କୋଣାର୍କ

News by Ajit Kumar Mallick (Konark)

କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୨୨ ନିମନ୍ତେ ଡିସେମ୍ବର ୧ତାରିଖଠାରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଉତ୍ସବକୁ ସରଶସୁନ୍ଦର କରିବା ପାଇଁ ସରକାରୀ ସ୍ଥରରୁ ବେସରକାରୀ ସ୍ଥରର କର୍ମକର୍ତ୍ତାମାନେ ଲାଗିପଡିଛନ୍ତି । କୋଣାର୍କର ସମଗ୍ର ଅଞ୍ଚଳ ଏବେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ନବବଧୁପରୀ ସଜେଇ ହୋଇଛି । ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ପାଇଁ ନିର୍ମିତ ଷ୍ଟଲ ମାନଙ୍କରେ ବାଲୁକା ଶିଳ୍ପୀମାନେ ନିଜ ନିଜ ଷ୍ଟଲରେ କଳାନିପୁଣତାକୁ ପ୍ରଦର୍ଶନ କରିବେ । ଲକ୍ଷଲକ୍ଷ ପର୍ଯ୍ୟଟକ ବେଲାଭୁମିରେ ଉପସ୍ଥିତ ରହି ବାଲୁକା ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ମନଭରି ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁନଶ୍ଚ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତେହ୍ୟ ସନ୍ଧ୍ୟା ୬ଟାରୁ ୮.୩୦ ପର୍ଯ୍ୟନ୍ତ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭରେ ଓଡିଶୀ, କଥକ, ମଣିପୁରି, ମୋହିନିଆଟ୍ଟମ, ଭାରତନାଟ୍ୟମ ଓ କୁଚିପୁଡି ନୃତ୍ୟ ପରିବେଷିତ ହେବ । ଏହି ଅବସରରେ ଉତ୍ସବର ଅବ୍ୟବହିତ ପୂର୍ବରୁ (୩୦ତାରିଖ) ପର୍ଯ୍ୟଟନ ବିଭାଗ ଓ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ମିନି ସାଇକ୍ଲୋଥନ ଆୟୋଜିତ ହେଉଥିବା ବେଳେ ବସନ୍ତମଞ୍ଜରୀ ପାଠାଗାର ପକ୍ଷରୁ ୧ ତାରିଖ ସକାଳ ୮ଟାରେ ଆୟୋଜିତ ହେବ ଗଣଦୌଡ । ୨ତାରିଖରେ କୋଣାର୍କ ସାମ୍ବାଦିକ ସଙ୍ଘ ପକ୍ଷରୁ ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ବେଳାଭୂମୀ ପଦଯାତ୍ରା, ୪ତାରିଖରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ କବିତା ପାଠୋ ଉତ୍ସବ ଏବଂ କୋଣାର୍କ ପୁସ୍ତକ ମେଳା କମିଟି ପକ୍ଷରୁ ୭ବାର୍ଷିକ ପୁସ୍ତକ ମେଳା ସହିତ ପାଞ୍ଚଦିନ ବ୍ୟାପି ସାହିତ୍ୟ ଆସର, କବିତା ପାଠ ଉତ୍ସବ ଆୟୋଜିତ ହେବ । ପର୍ଯ୍ୟଟନ ବିଭାଗ ପକ୍ଷରୁ କଳାପ୍ରେମୀ ଦର୍ଶକଙ୍କ ନିମନ୍ତେ ଟୁର ପ୍ୟାକେଜର ଓ ସିଜିନ ଟିକେଟର ସ୍ୱତନ୍ତ୍ର ବ୍ୟବସ୍ତା ହୋଇଛି । କୋଣାର୍କ ହେଲିପ୍ୟାଡରେ ମିନାବଜାର, ଯାତ୍ରା, ଅର୍ବାନହାଟ ପରିସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ । ମୁକ୍ତାଶ ରଙ୍ଗମଞ୍ଚ ରଙ୍ଗତୁଳୀର ଯାଦୁକାରୀ ସ୍ପର୍ଷ ଉତ୍ସବ ସ୍ଥଳକୁ ମତୁଆଲ କରୁଛି । ଥାନା ଛକଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ, ଚନ୍ଦ୍ରଭାଗା ବଜାର ଏବଂ ବାଲୁକା କଳା ପ୍ରଦର୍ଶନୀ ଅଞ୍ଚଳକୁ ଉଜ୍ଜ୍ୱଳ ଆଲୋକରେ ସଜ୍ଜିତ କରାଯାଇଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ