କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା


#କଟକ(ଏନ୍‌.ଏମ୍‌.): ଚଳିତ ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅବସର ନେଉଛନ୍ତି । ତେଣୁ ସିଏମସି ପକ୍ଷରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଶ୍ରୀ ସାମଲକୁ ଆଜି ସିଏମସିର କାଉନସିଲ ମିଟିଂରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ସିଏମସି ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ଆୟୋଜିତ କାଉନସିଲ ବୈଠକ ଆରଡିସିଙ୍କ ଶେଷ ବୈଠକ ଥିଲା । ଏହି ବୈଠକରେ କଟକ ସହରର ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ଆରଡିସି ଆଲୋଚନା କରିବା ସହ ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକୁ ଯଥା ସମୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ୨୦୧୯ ମସିହା ଫେବୃୟାରୀ ୧୦ତାରିଖରେ ଅନୁଗୋଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସାମଲଙ୍କୁ କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ବଦଳି କରାଯାଇଥିଲା । ତେବେ ସେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଦାୟିତ୍ୱ ନେବା ପରେ ବହୁ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ସାଧିତ ହୋଇ ପାରିଛି । କେବଳ କଟକ ଜିଲ୍ଲା କାହିଁକି ଏହି ଆରଡିସି ଅନ୍ତର୍ଗତ ୧୦ଟି ଜିଲ୍ଲା ତଥା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ମଧ୍ୟ ଅନେକ ସରକାରୀ ଜନହୀତକର କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର କାର୍ଯ୍ୟଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ଆଜି କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସିଏମସି କମିଶନର ଅନନ୍ୟା ଦାସ, ଜଏଣ୍ଟ କମିଶନର ମନୋରଞ୍ଜନ ମହାପାତ୍ର, ସୁମିତା ସରକାର, ଡେପୁଟି କମିଶନର ତଥା ସେକ୍ରେଟାରୀ ଲତାଶ୍ରୀ ବାଗ, ଡେପୁଟି କମିଶନର ସଞ୍ଜିବିତା ରାୟ, ଅମୃତ ସରକାର, ଅଜୟ କୁମାର ମହାନ୍ତି, ଶ୍ୱେତପଦ୍ମା ଶତପଥୀ, ଆସିଷ୍ଟାଣ୍ଡ ଏନଫୋର୍ସମେଣ୍ଟ ଅଫିସର ସରୋଜ କୁମାର ଆଚାର୍ଯ୍ୟ, ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ସମେତ ସମସ୍ତ ଯାନ୍ତ୍ରୀକ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ସିଏମସି କମିଶନର ଶ୍ରୀମତୀ ଦାସ ଏହି ଅବସରରେ ଆରଡିସି ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହ ଏକ ସ୍ମାରକୀ ପ୍ରଦାନ କରି ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି