କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ବିଡ଼ାନାସୀ କୃଷକ ବଜାର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଅଞ୍ଚଳ ଲୋକେ ସେପଟେ ଯିବା ବେଳେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହାପରେ ଥାନାକୁ ଖବର ଦିଆଯିବା ପରେ ସ୍ଥାନୀୟ ବିଡାନାସୀ ପୁଲିସ ମୃତଦେହକୁ ଜବତ କରିବା ସହ ତହନ୍ତ ଆରମ୍ଭ କରିଛି । ତେବେ ଏହି ଯୁବତୀ ଜଣକ କିଏ? ଗତ ରାତିରେ ଏଠାକୁ କାହିଁକି ଓ କେମିତି ଆସିଲା ସେ ନେଇ ମଧ୍ୟ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ଯୁବତୀଙ୍କ ମୃତଦେହ ନିକଟରେ ଏକ ଖାଲି ମଦ ବୋତଲ ପଡ଼ିଥିବାରୁ ଅଧିକ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ଉକ୍ତ ଯୁବତୀଙ୍କୁ କେହି ବଳାତ୍କାର ପରେ ହତ୍ୟା କରି ଏଠାରେ ପକାଇ ଦେଇଥିବା ସନ୍ଦେହ ସୃଷ୍ଟି ହୋଇଛି । ତେବେ ଯୁବତୀ ଜଣକ ବ୍ଲୁ (ଡେନିମ) ରଙ୍ଗର ଜିନ୍ସ ପିନ୍ଧିଥିବା ବେଳେ ବ୍ଲୁ-ହ୍ୱାଇଟ ଛିଟ ଏକ ଟପ ପିନ୍ଧିଛନ୍ତି । ସେ ତଳକୁ ମୁହଁ ମାଡ଼ି ପଡ଼ି ରହିଛନ୍ତି । ଏଥି ସହିତ ପାଣି ଟାଙ୍କିର ସିଡ଼ି ଉପରେ ଯୁବତୀଙ୍କ ଚପଲ ଓ ଭ୍ୟାନିଟି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ମୃତା ଯୁବତୀଙ୍କ କୌଣସି ପରିଚୟ ମିଳିନଥିବା ବେଳେ ପୁଲିସ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ତେବେ ସମ୍ପୃକ୍ତ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ବିଡାନାସୀ ପୁଲିସର ରାତିସାରା ପଇଁତରା ସତ୍ତ୍ୱେ ଯୁବତୀଙ୍କୁ କିଏ ଓ କେମିତି ହତ୍ୟାକଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଯଦି ଯୁବତୀ ଜଣକ ଆତ୍ମହତ୍ୟା କରିଥାନ୍ତି ତେବେ ଏହି ସ୍ଥାନକୁ କାହିଁକି ବାଛିଲେ ସେ କେଉଁଠି ରହୁଥିଲେ ଏମିତି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ