କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା
ଏରସମା(ଏନ୍.ଏମ୍.): କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଗୃହରେ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଆରଡେଇ ପୋଷ୍ଟମାଷ୍ଟର ଆଲିସା ବାରିକ ଏହି ମେଳାରେ ସ୍ୱାଗତ ଅଭିଭାଷଣ ଏବଂ କୁଜଙ୍ଗ ଉପମଣ୍ଡଳର ଓଭରସିଅର ଅମରେନ୍ଦ୍ର ପଲେଇ ଅତିଥି ପରିଚୟ ଦେଇଥିଲେ । ମୁଖ୍ୟଅତିଥି ଭାବରେ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଦଳାଇ, ମୁଖ୍ୟବକ୍ତା ଭାବେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର, ସମ୍ମାନିତ ଅତିଥି ଭାବରେ ଏରସମା ବ୍ଲକ ଚେୟାରମ୍ୟାନ ଲଷ୍ମୀପ୍ରିୟା ମହାପାତ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବାଲିତୁଠ ପଞ୍ଚାୟତର ୨୦୦ରୁ ଅଧିକ ୱାର୍ଡମେମ୍ବର, ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି, ସ୍ୱୟଂସହାୟକ ଗୋଷ୍ଠୀର କର୍ମଚାରୀମାନଙ୍କ ସହିତ କୃଷ୍ଣଚନ୍ଦ୍ରପୁର ଗ୍ରାମର ସମସ୍ତ ଗ୍ରାମବାସୀମାନଙ୍କୁ ଡାକଘରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯେ ପରକି ସଞ୍ଚୟ ଜମା, ସୁକନ୍ୟା, ଆର୍ଡି, ଫିକ୍ସ, ସିନିଅର ସିଟିଜେନ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ, ଆରପିଏଲଆଇ, ପିଏଲଆଇ, ଆଇପିପିବି, ଆଧାର କାର୍ଡ, ପାନ କାର୍ଡ, ଟ୍ରେନ ଟିକଟ ଆଦି ଯୋଜନା ସହିତ ବର୍ତ୍ତମାନ ହେଉଥିବା ବାଲ ଆଧାରରେ ସମସ୍ତେ କିପରି ପିଲାମାନଙ୍କର କରିପାରିବାର ସୁଫଳ ବିଷୟରେ ଅବଗତ କରାଇଥିଲେ । ପୋଷ୍ଟଅଫିସରେ ଉପଲବ୍ଧ ସମସ୍ତ ଯୋଜନା କିପରି ପ୍ରତେକ ଗାଁର କୋଣ ଅନୁକୋଣ ତଥା ଘରେ ଘରେ ପ୍ରତେକ ବ୍ୟକ୍ତିମାନଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରିବା ସହିତ ଏହାର ସୁବିଧା ଯେପରି ଅତି ସହଜରେ ମିଳିପାରିବ ଏହାହିଁ ଏହି ଡାକମେଳାର ମୂଳ ଉଦେଶ୍ୟ ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ କର କହିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ମହାପାତ୍ର ନିଜ ଅଭିଭାଷଣ ମାଧ୍ୟମରେ ସଞ୍ଚୟ ଖାତା ଖୋଲି ନିଶ୍ଚିତ ରହିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରି ନିଜ ଅଭିଜ୍ଞତାକୁ ସମସ୍ତଙ୍କ ସମ୍ମୁଖରେ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ । ଏହି ମେଳାରେ ତିରଣ ଉପ-ଡାକଘର, ନିମୋଳ ଏବଂ ଭିରଙ୍ଗ ଶାଖାଡାକ ଘର ଅଧୀନରେ ଥିବା ସମସ୍ତ କର୍ମଚାରୀ, କୃଷ୍ଣଚନ୍ଦ୍ରପୁରର ବି.ଆର.ଏସ ଏବଂ ନୋଡାଲ ଅଫିସର ମଧ୍ୟ ଉପସ୍ଥିତ ଥିଲେ । କୁଜଙ୍ଗ ଉପମଣ୍ଡଳର ଓଭରସିଅର ଅମରେନ୍ଦ୍ର ପଲେଇ ଓ ସନ୍ତୋଷ ସାହୁ ଏହି ମେଳାକୁ ଆୟୋଜନ କରିଥିଲେ । ଶେଷରେ ଓଭରସିଅର ସନ୍ତୋଷ ସାହୁ ଧନ୍ୟବାଦ ଦେଇଥିଲେ ।