କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ

କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ

କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ କଟକ କାଳୀ ଭସାଣିରେ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ ବେଶ ଆକର୍ଷଣ ସୃଷ୍ଟି କରିଛି । ବିଭିନ୍ନ ବାଦ୍ୟର ତାଳେ ତାଳେ ଦୁଲୁକୁଛି କଟକ ସହର । ଘଣ୍ଟ, ଶଙ୍ଖ, ମହୁରୀ, ଦୁଲୁଦୁଲି ସହିତ ବ୍ରାସବ୍ୟାଣ୍ଡର ତାଳେ ତାଳେ ହୋଇଛି ଶକ୍ତିମୟୀ ପାପନାସିନୀ ମା’ କାଳୀଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ବଡ଼ ଆନନ୍ଦ ଉଲ୍ଲାସରେ ମଣ୍ଡପର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦେଇଛନ୍ତି ମେଳାଣି । ମା’ଙ୍କ ଭସାଣି ଯାତ୍ରା ପାଇଁ କଟକ ସହର ହୋଇ ଉଠିଛି ଉତ୍ସବ ମୁଖର । କଲେଜଛକ ଠାରୁ ଦେବୀଗଡ଼ା ପର୍ଯ୍ୟନ୍ତ ମେଢ଼ ଶୋଭାଯାତ୍ରା ଲମ୍ବିଥିବାବେଳେ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୪୫ପ୍ଲାଟୁନ ଫୋର୍ସ ନିୟୋଜିତ ଅଛନ୍ତି । ଏଥି ସହିତ ୬୦ଟି ଏଡପୋଷ୍ଟ ଖୋଲାଯାଇଥିବାବେଳେ ୨୩୦ଜଣ ପୁଲିସ ଅଧିକାରୀ ମଧ୍ୟ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ମୂର୍ତ୍ତି ଶୋଭାଯାତ୍ରାରେ ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଚଳିତ ବର୍ଷ କାଳୀ ଭସାଣି ସମୟରେ ଅଘୋରୀ ବାବା ମୁଖ୍ୟ ଆକର୍ଷଣ ପାଲଟିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ସହରରେ ୭୫ଟି ମଣ୍ଡପରେ ମା’ କାଳୀଙ୍କ ପ୍ରତିମୂର୍ତ୍ତି ପୂଜା ପାଇଥିଲା । ଆଜି ମୂର୍ତ୍ତିମାନଙ୍କୁ ଦେବୀଗଡ଼ାରେ ବିସର୍ଜନ କରାଯିବା ପରିପ୍ରେକ୍ଷୀରେ କଟକ ସହର ଲୋକାରଣ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଭସାଣି ଶୋଭାଯାତ୍ରା ସମୟରେ କଟକର ସମସ୍ତ ରାଜନେତାମାନେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ, ଦଳ ତଥା ଗୋଷ୍ଠୀ ଭୁଲି ଏକକାର ହୋଇ ପଡ଼ିଥିଲେ । ଏହା କଟକ ଭାଇଚାରା ସଂସ୍କୃତିର ଏକ ନିଦର୍ଶନ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ