କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା

କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା

କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ୟୁନିଟ ୩ସ୍ଥିତ ପ୍ରଦର୍ଶନୀ ପଡିଆରେ ୨୫ତମ କଳିଙ୍ଗ ପୁସ୍ତକ ମେଳା ଏବେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ଭୁବନେଶ୍ୱରରେ ପ୍ରଥମ ପୁସ୍ତକମେଳା ଅନୁଷ୍ଠିତ ହୋଇଛି । ଏଠାରେ ଅନେକ ପୁସ୍ତକ ଷ୍ଟଲ ପଡ଼ିଥିବାବେଳେ ହଜାର ହଜାର ପ୍ରକାରର ପୁସ୍ତକ ସ୍ଥାନ ପାଇଛି । ଶିଶୁଙ୍କ ଠାରୁ ବୟୋଜ୍ୟେଷ୍ଠମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ପୁସ୍ତକ ଏଠାରେ ଉପଲବ୍ଧ ରହିଛି । ତେବେ ଏହି ପୁସ୍ତକ ମେଳାରେ ୧୦୦ରୁ ଊର୍ଦ୍ଧ୍ୱ ବୁକ୍ ଷ୍ଟଲ ଲାଗିଥିବା ବେଳେ ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଷ୍ଟଲରେ ଅଧିକ ଚାହିଦା ରହିଥିବା ଦେଖିବାକୁ ମିଳିଛି । ପିଲାମାନଙ୍କ ପାଇଁ ଭଲ ଭଲ ଶିକ୍ଷଣୀୟ ପୁସ୍ତକ ତଥା ଆଧ୍ୟାତ୍ମିକବାଦ ଓ ବିଶ୍ୱଶାନ୍ତି ସ୍ଥାପନା ସମ୍ବନ୍ଧୀୟ ଅନେକ ଅମୂଲ୍ୟ ପୁସ୍ତକର ବହୁତ ଚାହିଦା ରହିଛି । ଏତଦ୍ ବ୍ୟତୀତ ଅହମଦିୟା ମୁସଲିମ ବୁକ୍ ଷ୍ଟଲ ତରଫରୁ ପବିତ୍ର କୋରାନର ଏକ ପ୍ରଦର୍ଶନୀ କରାଯାଇଛି । ଯେଉଁଥିରେ ୨୫ରୁ ଊର୍ଦ୍ଧ୍ୱ ବିଭିନ୍ନ ଭାଷାରେ ଅନୁବାଦିତ ପବିତ୍ର କୋରାନ ପ୍ରଦର୍ଶିତ ହୋଇଛି । କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଅନ୍ତରାଳ ପରେ ରାଜଧାନୀରେ ଏହା ପ୍ରଥମ ପୁସ୍ତକ ମେଳା । ଧାର୍ମୀକ ବୁକ୍ ଷ୍ଟଲରେ ପାଠକ ଓ ପାଠିକାଙ୍କର ଅଧିକ ଭିଡ ଜମିବାର ଦେଖାଯାଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ