କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ
କନ୍ଦାଗଡ଼ ପଥର ଖୋଦେଇ କାରିଗରଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ
ପ୍ରାଚୀନ ଶୈଳୀରେ ବିକଶିତ ହେବ ମୋହନ ଗିରି ଶୈବପୀଠ


#ଭୁବନେଶ୍ୱର(ଏନ୍‌.ଏମ୍‌.): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଆଭାଷୀ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡିଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି ଶ୍ରୀ ତ୍ରିପାଠୀ । ନିକଟରେ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଶ୍ରୀ ତ୍ରିପାଠୀ ଅନେକ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ ଏବଂ ଏଗୁଡିକର ଉନ୍ନତି କରଣ ପାଇଁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ଏକ ସମୀକ୍ଷା ବୈଠକ ଖାରବେଳ ଭବନରେ ଅନୁଷ୍ଠିତ ହୋଇଛି । ଅନନ୍ୟଐତିହ୍ୟ ରାଜିର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । କଳାହାଣ୍ଡି ଜିଲ୍ଲାରେ ଅନେକଐତିହ୍ୟକିର୍ତ୍ତୀରାଜିରହିଛି ।ଏଗୁଡିକର ସଂରକ୍ଷଣ, ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ୱ ଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଭିନ୍ନ ସମୟରେ ଆର୍ôଥକ ଅନୁଦାନ ପ୍ରଦାନ କରିଥାଏ ବୋଲି ଅଧ୍ୟକ୍ଷ କହିଛନ୍ତି । ପ୍ରାଚୀନ କିର୍ତ୍ତୀରାଜିର ସୌନ୍ଦର୍ଯ୍ୟୀକରଣ ପ୍ରାଚୀନ ଉପାୟରେ କରିବାକୁ ଗୁରୁତ ୍ୱଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଭବାନୀପାଟଣାସ୍ଥିତ ବିମାଳ କନଭେଣ୍ଟ ସ୍କୁଲ ନିକଟରେ ଥିବା ଜଳାଶୟର ପୁନରୁଦ୍ଧାର, ବନ୍ଧ ନିର୍ମାଣ, ଚଲାପଥ, ପାନୀୟଜଳ, ପାର୍କ ନିର୍ମାଣ ଓ ମାଛଚାଷ ପାଇଁ ଟାଙ୍କି ଆଦି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ୨କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସ୍ଥାନୀୟ ଜନସାଧାରଣଙ୍କ ଉପଯୋଗୀ ହୋଇ ପାରିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଅନ୍ୟପକ୍ଷେ ଏମ୍‌.ରାମପୁର ବ୍ଲକସ୍ଥିତ ମୋହନ ଗିରି ପ୍ରାଚୀନ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ତ୍ରିପାଠୀ । ଏନେଇ ସେ କହିଛନ୍ତି, ଏହା ଏକ ପ୍ରାଚୀନ ଶୈବପୀଠ । ଏହାର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ପଦକ୍ଷେପକୁ ପରିଷଦ ଗ୍ରହଣ କରିବ । ପ୍ରାଚୀନ ଶୈଳୀରେ ଏହି ପ୍ରାଚୀନ ମନ୍ଦିରର ସୌନ୍ଦର୍ଯୀକରଣ କରାଯିବ । ମନ୍ଦିର ପ୍ରାଙ୍ଗଣରେ ଥିବା ମ୍ୟୁଜିୟମକୁ ବିକଶିତ କରାଯିବା ସହ ନିକଟରେ ଥିବା ପୋଖରୀର ପୁନରୁଦ୍ଧାର କରାଯିବ । ମନ୍ଦିରରେ ଆଲୋକୀକରଣକୁ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । କୋକସରା ବ୍ଲକସ୍ଥିତ କନ୍ଦାଗଡ଼ରେ ପଥରଖୋଦେଇ କାରିଗରଙ୍କ ପାଇଁ ସ୍ୱତନ୍ତ୍ରଭାବେ ଏକ ବ୍ୟବସାୟିକ ସ୍ଥାନ ନିର୍ମାଣ କରାଯିବାକୁ ବୈଠକରେ ଆଲୋଚନା କରାଯାଇଛି । ଯେଉଁଠି, କାରିଗରଙ୍କ ଦକ୍ଷତାବିକାଶ ପାଇଁ ଟ୍ରେନିଂ ଦେବା ସହ ସେମାନଙ୍କ କଳାକୃତିର ବିକ୍ରୟ ପାଇଁ ସ୍ୱତନ୍ତ୍ରଭାବେ ଦୋକାନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଗୋଲାମୁଣ୍ଡା ବ୍ଲକରେ ଥିବା ଚୁରାପାହାଡ଼କୁ ମଧ୍ୟ ଇକୋଟୁରିଜିମ ଭାବେ ବିକଶିତ କରାଯିବାକୁ ପରିଷଦ ଯୋଜନା ରଖିଛି । ସ୍ଥାନୀୟ ପର୍ଯ୍ୟଟକଙ୍କ ସୁବିଧା ଓସୁରକ୍ଷା ପାଇଁ ବସିବା ସ୍ଥାନ, ପାନୀୟଜଳ, ଶୌଚାଳୟ, ଚଲାପଥ, ଟ୍ରେକିଂଟ୍ରାକ୍‌, ପାର୍କିଂ ଆଦିର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଏହାସହ ନର୍ଲା ବ୍ଲକରେ ଥିବା ରାଣୀବନ୍ଧ ଜଳାଶୟର ପୁନରୁଦ୍ଧାର ସହ ଏହାର ସୌନ୍ଦର୍ଯ୍ୟୀକରଣ କରାଯିବାକୁ ସେ ସୂଚନା ଦେଇଛନ୍ତି । ବୈଠକରେ କୋକସରା, ଏମ.ରାମପୁର ଓ ଗୋଲାମୁଣ୍ଡା ବ୍ଲକରୁ ବିଭିନ୍ନ ଅଧିକାରୀ ଯୋଗ ଦେଇଥିବାବେଳେ ପରିଷଦର ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାୟକ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ