କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା

କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା

କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା


କଟକ(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖରୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ କଳାହାଣ୍ଡି କପ ଓ ୧୬ବର୍ଷରୁ କମ ବାଳକ ବର୍ଗର କ୍ରିକେଟ ଟୁର୍ଣ୍ଟାମେଣ୍ଟ ଆରମ୍ଭ ହେବ । କଳାହାଣ୍ଡି କପ ନିମନ୍ତେ ମୋଟ ୩୭ଟି ଦଳକୁ ନେଇ ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ୬ଟି ଲେଖାଏଁ ଦଳ ରହିଥିବା ବେଳେ ଗ୍ରୁଫ-ଏଫରେ ରହିଛି ୭ଟି ଦଳ । ପ୍ରତ୍ୟେକ ଦିନ ୯ଟି ଲେଖାଏଁ ମ୍ୟାଚ ଖେଳାଯିବ ଗ୍ରୁପ ଏ-ରେ ଇକୋର୍ସ, କେନ୍ଦ୍ରାପଡା, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ରହିଥିବା ବେଳେ ଗ୍ରୁପ-ବିରେ କଟକ-ବି, ସୁନ୍ଦରଗଡ, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁର, ମାଲକାନଗିରି, ଗ୍ରୁପ-ସିରେ ଭୁବନେଶ୍ୱର-ଏ. ବାଲେଶ୍ୱର, ଖୋର୍ଦ୍ଧା, ନୂଆପଡା, ନୟାଗଡ, ଦେବଗଡ, ଗ୍ରୁପ-ଡିରେ ଭୁବନେଶ୍ୱର-ବି, ଝାରସୁଗଡା, ବରଗଡ, ବଲାଙ୍ଗୀର, ପୁରୀ, ସୋନପୁର, ଗ୍ରୁପ-ଇରେ କଟକ-ଏ, ଯାଜପୁର, କେନ୍ଦୁଝର, କିଟ, ପାରାଦୀପ, କନ୍ଧମାଳ ଏବଂ ଗ୍ରୁପ-ଏଫରେ ରାଉରକେଲା, ସମ୍ବଲପୁର, କୋରାପୁଟ, ଜଗତସିଂହପୁର, ମୟୁରଭଞ୍ଜ, ଗଜପତି ଓ ରାୟଗଡ ଅଛନ୍ତି ।
ଅନ୍ୟପକ୍ଷରେ ୧୬ବର୍ଷରୁ କମ ବାଳକ ବର୍ଗର କ୍ରିକେଟ ଟୁର୍ଣ୍ଟାମେଣ୍ଟ ନିମନ୍ତେ ୬ଟି ଗ୍ରୁପରେ ରହିଛନ୍ତି ୩୭ଟି ଦଳ । ଗ୍ରୁପ-ଏରେ କଟକ-ଏ, ଯାଜପୁର, କେଉଁଝର, କିଟ, ପାରାଦୀପ, କନ୍ଧମାଳ ରହିଥିବା ବେଳେ ଗ୍ରୁପ-ବିରେ କଟକ-ବି, ସୁନ୍ଦରଗଡ, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁର, ମାଲକାନଗିରି, ଗ୍ରୁପ-ସିରେ ଭୁବନେଶ୍ୱର-ଏ, ଗଜପତି, ଖୋର୍ଦ୍ଧା, ନୂଆପଡା, ନୟାଗଡ, ଦେବଗଡ, ଗ୍ରୁପ-ଡିରେ ଭୁବନେଶ୍ୱର-ବି, ଝାରସୁଗଡା, ବରଗଡ, ବଲାଙ୍ଗୀର, ପୁରୀ, ସୋନପୁର, ଗ୍ରୁପ-ଇରେ ବାଲେଶ୍ୱର, କେନ୍ଦ୍ରପଡା, ଗଞ୍ଜାମ, ଅନୁଗୁଳ, କଳାହାଣ୍ଡି, ବୌଦ୍ଧ, ଗ୍ରୁପ-ଏଫରେ ରାଉରକେଲା, ସମ୍ବଲପୁର, କୋରାପୁଟ, ଜଗତସିଂହୁପର, ମୟୁରଭଞ୍ଜ, ରାୟଗଡା ରହିଛନ୍ତି । କେବଳ ଲିଗ ପର୍ଯ୍ୟାୟ ମାଚ ସୂଚୀ ଘୋଷଣା ହୋଇଛି । ସପ୍ତାହାନ୍ତ ସଟଡାଉନରେ ମ୍ୟାଚ ଆୟୋଜନ ହୋଇ ପାରିବ କି ନାହିଁ ତାହା ସ୍ପଷ୍ଟ ହେବା ପରେ ସୁପରଲିଗ ମ୍ୟାଚ ସୂଚୀ ଘୋଷଣା କରାଯିବ ।

Slider କ୍ରୀଡା ପପୁଲାର ନିଓଜ ରାଜ୍ୟ