କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା କଲରାବାଙ୍କ ଠାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିପାରିଛି । ଇଣ୍ଟରନେସନାଲ ଏକ୍ସଲେନ୍ସ ଆୱାର୍ଡ଼ ପକ୍ଷରୁ ବିଶ୍ୱର ଅନେକ ପ୍ରତିଷ୍ଠିତ ବିଦ୍ୟାଳୟମାନଙ୍କ ଶୈକ୍ଷିକ ଭିତ୍ତିଭୂମିର ସୁଦୃଢ଼ୀକରଣ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମରେ ନୂତନ ଜ୍ଞାନକୌଶଳ ପ୍ରଣୟନ ଇତ୍ୟାଦି ମାପଦଣ୍ଡକୁ ବିଶ୍ଳେଷଣ କରି ଜୁରୀମାନଙ୍କ ଦ୍ୱାରା ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିଦ୍ୟାଳୟମାନଙ୍କୁ ଚୟନ କରାଯାଇଛି । ଏହି ମର୍ମରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲକୁ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ହିସାବରେ ସମ୍ମାନିତ କରାଯାଇଛି । ସହର ଠୁ ଦୂର ଉପାନ୍ତ ଅଞ୍ଚଳର ପିଲାମାନଙ୍କୁ ସହର ଉପରେ ନିର୍ଭରଶୀଳ ନହୋଇ ଗୁଣାତ୍ମକ ଶିକ୍ଷା ସୁବିଧାରେ ପ୍ରଦାନ କରିବାର ଲକ୍ଷ୍ୟ ନେଇ ଏହି ବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ପରିଚାଳନା ଭାର ଡକ୍ଟର ଇତି ସାମନ୍ତ ତୁଲାଇ ଆସୁଛନ୍ତି । ଏହି ସମ୍ମାନ ନିଶ୍ଚିତ ଭାବେ ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନକୁ ଉତ୍ସାହିତ କରିବ ବୋଲି ନିଜ ପ୍ରତିକ୍ରିୟାରେ ସ୍କୁଲର ପ୍ରିନ୍ସିପାଲ ଆଶୁତୋଷ ମହାନ୍ତି କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି