କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି

କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି

କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି


ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି । ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ ଗାଇଡଲାଇନ ଜାରି କରିଛନ୍ତି ।
ଏହି ଗାଇଡ଼ଲାଇନ ମଧ୍ୟରେ : କଟକଣା ସହ ପୂଜା ଆୟୋଜନ ପାଇଁ ପୂଜା କମିଟି ଗୁଡ଼ିକୁ ଅନୁମତି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ । ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ଆବଶ୍ୟକ । କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ । ମଣ୍ଡପରେ ପ୍ରତିମା ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ । ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ । ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହି ପାରିବେନି । ବିସର୍ଜନ ଶୋଭାଯାତ୍ରା ମନା, ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ । ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଞ୍ଜନ କାର୍ଯ୍ୟ ଆୟୋଜନ କରାଯାଇ ପାରିବ ନାହିଁ । ପୂଜାରେ ଭୋଜିଭାତ କରିବାକୁ ଅନୁମତି ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । କୌଣସି ସାଜସଜ୍ଜା ହୋଇପାରିବ ନାହିଁ । ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ । ମଣ୍ଡପ ତିନି ପାର୍ଶ୍ୱରୁ ବନ୍ଦ ରହିବ । ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ । ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ମିଳିଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହୋଇପାରିବ ଗଣେଶ ପୂଜା । ସମସ୍ତ କୋଭିଡ ନିୟମ ମାନି ଗଣେଶ ପୂଜା କରିବାକୁ ଅନୁମତି ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ