କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

କରୋନା ତୃତୀୟ ଲହର ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କରୋନା ମୁକାବିଲା କ୍ଷେତ୍ରରେ ଅଧିକରୁ ଅଧିକ ସତର୍କ ରହିବା ପାଇଁ କେନ୍ଦ୍ରସରକାର ପରାମର୍ଶ ଦେଇଛନ୍ତି । ଏବେ ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଥିବା ଲକଡାଉନ କଟକଣା କୋହଳ ହେବାରେ ଲାଗିଛି । ଲକଡାଉନ କୋହଳ ହେବା ମାତ୍ରେ ବିଭିନ୍ନ ବଜାର ଓ ଦୋକାନରେ ପ୍ରବଳ ଭିଡ଼ ଜମୁଛି । ଯାହାକୁ ନେଇ କେନ୍ଦ୍ର ସରକାର ତୃତୀୟ ଲହର ଆସିବାର ଆଶଙ୍କା ପ୍ରକାଶ କରିଛନ୍ତି ।
ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସିଧାସଳଖ ଭାବେ କରୋନା ତୃତୀୟ ଲହର କଥା କହି ନଥିଲେ ମଧ୍ୟ ଲକଡାଉନ କୋହଳ ବେଶ ସତର୍କତାର ସହ କରିବାକୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦେଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ସେ ୫ ସୂତ୍ରୀ ମନ୍ତ୍ର ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା କଟକଣାକୁ ପାଳନ କରିବା, ୩ଟି-ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟ ଏବଂ ଟିକାକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଏ ନେଇ କରୋନାର ତୃତୀୟ ଲହର ଦେଶକୁ ଆସିବା ନିଶ୍ଚିତ ବୋଲି ବହୁ ଚିକିତ୍ସାବିଜ୍ଞାନୀ କହିଛନ୍ତି । ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ଚିକିତ୍ସାବିତମାନେ ମତପ୍ରକାଶ କରିଛନ୍ତି । ତେଣୁ ଲକଡାଉନ କୋହଳ ପରେ ଲୋକମାନେ ନିମୟ ନମାନିବା ତୃତୀୟ ଲହର ଆସିବାର ମୁଖ୍ୟ କାରଣ ବୋଲି ସେ ଚେତାବନୀ ଦେଇଛନ୍ତି । ଏଭଳି ସ୍ଥିତିରେ ସଂକ୍ରମଣ ରୋକିବା ପାଇଁ ଟୀକାକରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯଥା ସମ୍ଭବ ଟୀକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରନ୍ତୁ ସଚିବ ଶ୍ରୀ ଭଲ୍ଲା କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଅଧିକରୁ ଅଧିକ ଲୋକ ଯେମିତି ତୁରନ୍ତ ଟୀକା ନେଇପାରିବେ, ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଚାର କରନ୍ତୁ । ଦ୍ୱିତୀୟ ଲହର ବେଳେ ଆଶାତୀତ ଭାବେ ସଂକ୍ରମଣ ବଢ଼ିବାରୁ ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲକଡାଉନ ଲାଗୁ କରିଥିଲେ । ଏବେ ସଂକ୍ରମଣ କମିବା ସହ ଆକ୍ଟିଭ କେସ୍ ହ୍ରାସ ପାଇବାରୁ ଅଧିକାଂଶ ରାଜ୍ୟ କଟକଣା କୋହଳ କରିବା ଆରମ୍ଭ କରିଛନ୍ତି । ତେବେ କଟକଣା କୋହଳ କରିବା ବେଳେ ରାଜ୍ୟ ସରକାର ଗ୍ରାଉଣ୍ଡରେ କରୋନା ସ୍ଥିତିର ଆକଳନ କରି ଏହାପରେ କୋହଳର ନିଷ୍ପତ୍ତି ନେବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ବେଶ ସତର୍କତାର ସହ ଅନଲକ ପ୍ରକ୍ରିୟା ସମ୍ପର୍କରେ ନିଷ୍ପତ୍ତି ନେବା ଉଚିତ । ଏଥିସହ ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟକୁ କଟକଣା କୋହଳ ହେବା ପରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ