କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର


ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକାଦାନ ପ୍ରମୁଖ ଭୂମିକା ନେଇଛି । ଫଳରେ ଟିକା ନେବା ପାଇଁ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାବେଳେ ଆବଶ୍ୟକୀୟ ଅନୁପାତରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ତେଣୁ ସରକାର ସମସ୍ତ ଜନସାଧାରଣଙ୍କୁ ଟିକା ଦାନ କରାଇବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଅନ୍ୟପକ୍ଷରେ ଏହି ଟିକାକରଣକୁ ନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଟିକା ଭାରତରେ ପ୍ରଥମ ଜୀବନ ନେଇଥିବା ସରକାର ସ୍ୱୀକାର କରିଛନ୍ତି । ଟିକାକରଣ ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ଗଠିତ କମିଟି ଜଣେ ବ୍ୟକ୍ତି ଟିକା ନେଇ ପ୍ରାଣ ହରାଇଥିବା ସ୍ୱୀକାର କରିଛି । ସେ ଜଣେ ୬୮ ବର୍ଷୀୟ ବ୍ୟକ୍ତି ହୋଇଥିବାବେଳେ କରୋନା ଟିକା ନେବା ପରେ ପ୍ରାଣ ହରାଇଛନ୍ତି । କରୋନା ଟିକା ନେବା ପରେ ପ୍ରବଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଏହାର ସମୀକ୍ଷା ସରକାରୀ ପ୍ୟାନେଲ ପକ୍ଷରୁ କରାଯାଇଥିଲା । ଏହି ୩୧ଟି କେସ୍ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ଟିକା ନେବା ପରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ୨୦୨୧ ମାର୍ଚ୍ଚ ୮ ତାରିଖରେ ୬୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଟିକା ନେଇଥିଲେ । ଏହାପରେ ତାଙ୍କ ଶରୀରରେ ପ୍ରବଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥିଲା । ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଭାରତରେ ପ୍ରଥମ କରୋନା ଟିକା ଜନିତ ମୃତ୍ୟୁ ବୋଲି ଏଇଏଫଆଇର ଅଧ୍ୟକ୍ଷ ଡାକ୍ତର ଏନ.କେ. ଅରୋରା ପ୍ରକାଶ କରିଛନ୍ତି । ସେହିଭଳି ଆଉ ୨ଜଣ ଜାନୁଆରୀ ୧୯ ଓ ୧୬ରେ ଟିକା ନେବା ପରେ ଗୁରୁତର ଅସୁସ୍ଥ ହୋଇଥିଲେ । ସେମାନେ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପୁନଶ୍ଚ କରୋନା ଟିକା ନେଇ ଆଉ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସରକାର କେବଳ ଗୋଟିଏ ମୃତ୍ୟୁକୁ ସ୍ୱୀକାର କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ