କରୋନା ଟିକା ନେଇଥିଲେ ରିହାତି ମିଳିବ ବିମାନ ଭଡ଼ା

କରୋନା ଟିକା ନେଇଥିଲେ ରିହାତି ମିଳିବ ବିମାନ ଭଡ଼ା

କରୋନା ଟିକା ନେଇଥିଲେ ରିହାତି ମିଳିବ ବିମାନ ଭଡ଼ା


ନୂଆଦିଲ୍ଲୀ (ଏଜେନ୍ସି): କରୋନା ମୁକାବିଲା ନିମନ୍ତେ ଜୁନ୍ ୨୧ ପାଖରୁ ସାରା ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତ ବୟସ୍କ ମାଗଣାରେ ଟିକା ନେଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣ କରୁଛନ୍ତି । ଏହାରି ଭିତରେ ଟିକାକରଣକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ପାଇଁ ବିମାନ ଭଡାରେ ରିହାତି ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଯିଏ ଟିକା ନେଇଥିବେ ସିଏ ରିହାତି ପାଇବେ । ଇଣ୍ଡିଗୋ ବିମାନ କମ୍ପାନୀ ଏହି ଅଫର ଦେଇଛି ।
ଆଜି ଇଣ୍ଡିଗୋ ବିମାନ କମ୍ପାନୀ ବିବୃତ୍ତି ଜାରି କରି କହିଛି ଯେ, ଯେ ଯେଉଁ ଯାତ୍ରୀ ଗୋଟିଏ କି ଦୁଇଟି ଟିକା ନେଇଥିବେ ସେ ବିମାନ ଟିକେଟ କାଟିବା ବେଳେ ରିହାତି ପାଇବେ । ମୋଟ୍ ଭଡାର ୧୦ ପ୍ରତିଶତ ଭଡା ଅଫର ଭାବରେ ବୁକିଂ ବେଳେ ମିଳିବ । ଇଣ୍ଡିଗୋ ଏଭଳି ଅଫର ଦେବାରେ ଭାରତର ପ୍ରଥମ କମ୍ପାନୀ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ଦିନରେ ଟିକା ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ଜୁଲାଇରେ ପ୍ରାୟ ୨୦-୨୨ କୋଟି ଡୋଜ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ)ର ଅଧ୍ୟକ୍ଷ ଡକ୍ଟର ଏନ.କେ. ଆରୋରା କହିଛନ୍ତି ଯେ, ସରକାରଙ୍କ ଲକ୍ଷ୍ୟ ଅତି କମରେ ଦୈନିକ କୋଟିଏ ଲୋକଙ୍କୁ ଟିକାକରଣ କରିବା । କିନ୍ତୁ ୧.୨୫ କୋଟି ଲୋକଙ୍କୁ ଦୈନିକ ଟିକା ଦେଇପାରିବାର କ୍ଷମତା ରହିଛି ବୋଲି ସେ କହିଛନ୍ତି । ଟିକାକରଣ ଅଭିଯାନ ପାହାଡ଼ିଆ, ଆଦିବାସୀ ଏବଂ ଅଳ୍ପ ଜନବହୁଳ ଅଞ୍ଚଳ ସମେତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ôଚବ ବୋଲି ଡକ୍ଟର ଆରୋରା କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ