କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା


କଟକ(ଏନ୍‌.ଏମ୍‌.): କଟକ ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଏହାକୁ ପାଳନ କରାଯାଉନଥିବା ଯୋଗୁଁ ବାଧ୍ୟ ହୋଇ ପ୍ରଶାସନ ଜୋରିମାନା ଆଦାୟ କରୁଛି । କରୋନା କଟକଣାକୁ ଉଲ୍ଲଙ୍ଘନ କରାଯିବା ଅଭିଯୋଗରେ ସିଏମସି ପକ୍ଷରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଆଜି ସହରରେ ଏକ ବିବାହ ଭୋଜିରେ କୋଭିଡ କଟକଣା ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଚଢ଼ାଉ କରାଯାଇ ୫୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି । ଏତେ ପରିମାଣର ଜୋରିମାନା ଆଦାୟ କଟକ ସହରରେ ପ୍ରଥମ ବୋଲି କୁହାଯାଉଛି ।
ଝାଞ୍ଜିରୀମଙ୍ଗଳା ଠାରେ ଏକ ବିବାହ ଭୋଜି ଆୟୋଜନ କରାଯାଇଥିଲା । ସେଠାରେ ଅହେତୁକ ଭାବେ ଭିଡ଼ ହେବା ସହିତ କରୋନା କଟକଣା ପାଳନ ହେଉ ନଥିବା ଅଭିଯୋଗ ହେବା ପରେ କୋଭିଡ୍ ଯାଞ୍ଚକାରୀ ଟିମ୍ ସେଠାରେ ପହଞ୍ôଚ ଅଚାନକ ଚଢ଼ଉ କରିଥିଲା । ଟିମ୍‌ର ମୁଖ୍ୟ ପରେଶ କୁମାର ନାୟକଙ୍କ ନେତୃତ୍ୱରେ ଭୋଜି ସ୍ଥଳରେ ଗହଳି ହୋଇଥିବା ଦେଖିବାକୁ ମିଳିବା ପରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଯୋଗୁଁ ଉକ୍ତ ବିବାହ ଭୋଜି ଆୟୋଜକଙ୍କୁ ୫୦ ହଜାର ଜୋରିମାନା କରାଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ