କମ୍ପାନୀ ପକ୍ଷରୁ କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ

କମ୍ପାନୀ ପକ୍ଷରୁ କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଏବଂ ଅନ୍ୟତମ ଫାର୍ମା କମ୍ପାନୀ ଡକ୍ଟର ରେଡିସର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା କମ୍ପାନୀ ପକ୍ଷରୁ ରଖାଯାଇଛି । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ମେ’ ୨୧ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ଔଷଧର ଶୁଭାରମ୍ଭ କରିଥିଲେ । କରୋନା ବିରୋଧରେ ଏହି ଔଷଧ ଭଲ କାମ କରୁଥିବାବେଳେ ଶରୀର ପ୍ରତି ସମ୍ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି । ୩ଟି ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି । ହାଇଦ୍ରାବାଦର ଡକ୍ଟର ରେଡିସ୍ ଲାବୋରେଟୋରୀ ସହାୟତାରେ ଡିଆରଡିଓ ଗତ ୨୦୨୦ ମସିହା ମେ’ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ଔଷଧର ମାନବ ପରୀକ୍ଷଣ କରିଥିଲା । ଔଷଧ ମଣିଷ ଶରୀର ପ୍ରତି ସମ୍ପୂର୍ଣ୍ଣ ନିରାପଦ ହୋଇଥିବା ବେଳେ କରୋନା ଭୂତାଣୁ ବିରୋଧରେ ମଧ୍ୟ ଭଲ କାମ କରୁଥିବା ନଜରକୁ ଆସିଥିଲା । ଦେଶର ୧୧ଟି ହସପିଟାଲରେ ଏହି ପରୀକ୍ଷଣ କରାଯାଇବା ଜଣାପଡ଼ିଛି । ଦେଶର ବିଭିନ୍ନ ହସ୍ପିଟାଲରେ ୨୨୦ କରୋନା ଆକ୍ରାନ୍ତଙ୍କ ଉପରେ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ସନ୍ତୋଷଜନକ ପରିଣାମ ମିଳିବା ପରେ ଗତ ୧ ତାରିଖରେ ଏହି ଔଷଧର ବ୍ୟବହାର ଲାଗି ଡିସିଜିଆଇ ଅନୁମତି ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ସ୍ୱାସ୍ଥ୍ୟ