କଟକ ମୁଣ୍ଡଳୀ ନିକଟରୁ ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର
କଟକ (ଏନ୍.ଏମ୍.): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ନିକଟବର୍ତ୍ତୀ ମହାନଦୀ ପୋଲରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ମୁଣ୍ଡଳୀ ଗ୍ରାମର ସନ୍ତୋଷ କୁମାର ଦଳାଇ ଗତକାଲି ବିଳମ୍ବିତ ରାତିରେ ମାଛ ଧରିବା ପାଇଁ ନଦୀକୁ ଯାଇଥିବାବେଳେ ୧୨ଫୁଟ ଲମ୍ବର ଏକ ଅଜଗର ସାପ ସେହି ରାସ୍ତା ଦେଇ ଯାଉଥିବାର ଦେଖିଥିଲେ । ତେବେ ସେ କୌଶଳ କ୍ରମେ ଉକ୍ତ ଅଜଗରଟିକୁ ଧରି ନେଇଥିଲେ । ଏଥିରେ ତାଙ୍କର ବନ୍ଧୁମାନେ ମଧ୍ୟ ସହଯୋଗ କରିଥିଲେ । ଭୋରୁ ଭୋରୁ ଖବର ପାଇ ସାପଟିକୁ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା । ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଖବର ଦିଆଯିବା ପରେ ବନବିଭାଗ କର୍ମଚାରୀମାନେ ପହଞ୍ôଚଥିଲେ । ସାପ ଧରିଥିବା ଶ୍ରୀ ଦଳାଇ ଓ ତାଙ୍କ ବନ୍ଧୁମାନଙ୍କ ଠାରୁ ସାପ ଟିକୁ ନେଇଛନ୍ତି । ତେବେ ସାପଟିର କୌଣସି କ୍ଷତି ପହଞ୍ଚାଇ ନଥିବାରୁ ଶ୍ରୀ ଦଳାଇ ଓ ତାଙ୍କ ବନ୍ଧୁମାନଙ୍କୁ ବନବିଭାଗ ଅଧିକାରୀ ସାଧୁବାଦ ଜଣାଇଛନ୍ତି ।