କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟରଙ୍କ ସହ ଆଲୋଚନା

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): କଟକ ସହରର ବହୁବିଧ ସମସ୍ୟା ସମ୍ପର୍କରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସିଏମସି ମେୟର ସୁବାସ ସିଂହଙ୍କ ସହ ଆଲୋଚନା କରାଯାଇଛି । ସିଏମସି କାର୍ଯ୍ୟାଳୟ ମେୟରଙ୍କ ସମ୍ମିଳନୀ କକ୍ଷ ଠାରେ ଶାନ୍ତି କମିଟିର କର୍ମକର୍ତ୍ତାମାନେ ଏହି ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅଗଷ୍ଟ ୩୧ ତାରିଖ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହେଉଛି । ସହରର କୋଣ ଅନୁକୋଣରୁ ମେଢ଼ ଶୋଭାଯାତ୍ରା ସହ ପ୍ରବଳ ଜନଗହଳି ହେବାର ସମ୍ଭାବନା ଦେଖାଯାଇଛି । ଏହି ପରିପେକ୍ଷୀରେ ରାସ୍ତାଗୁଡିକ ମରାମତି ବା ନିର୍ମାଣ, ଡ୍ରେନଗୁଡିକର ପଙ୍କ ଉଦ୍ଧାର ସହ ଆବଶ୍ୟକ ସ୍ଥଳେ ନିର୍ମାଣ, ମେଢ଼ ଶୋଭାଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛଡାଳ କାଟିବା ସହ ବିଦ୍ୟୁତ, ଟେଲିଫୋନ, ସ୍କାଏଭ୍ୟୁ ତାରର ଅପସାରଣ, ବିଜୁଳି ଓ ପାନୀୟ ଜଳ ସମସ୍ୟାର ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାକୁ ମେୟରଙ୍କ ଦୃଷ୍ଟିଗୋଚର କରାଯାଇଥିଲା । ମେୟର ଶ୍ରୀ ସିଂହ ଆସନ୍ତା ୭ ଦିନ ମଧ୍ୟରେ ବିଭାଗୀୟ ଅଧିକାରୀ ଓ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ଏକ ମିଳିତ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇ ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମହାନଗର ଶାନ୍ତି କମିଟି ପକ୍ଷରୁ ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସମ୍ପାଦକ ଭିକାରୀ ଦାସ, ଉପସଭାପତି ଦେବାଶିଷ ରାୟ, ଶିବେନ୍ଦ୍ର ହାତୀ ଓ ଧର୍ମେଶ ନାୟକ, ସହ-ସମ୍ପାଦକ ଡକ୍ଟର ଦ୍ୱିପାୟନ ପଟ୍ଟନାୟକ ଓ ଲିଙ୍ଗରାଜ ହାତୀ ଏବଂ କାର୍ଯ୍ୟାଳୟ ସହ-ସମ୍ପାଦକ ସୁଦୀପ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ