କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ


କଟକ(ଏନ୍‌.ଏମ୍‌.): କଟକ ବାରବାଟୀ ଦୁର୍ଗକୁ ନବୀକରଣ କରିବା ନେଇ ଗତକାଲି ଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
କଟକର ହଜାର ବର୍ଷର ଗର୍ବ ଓ ଗୌରବର ଐତିହକୁ ବହନ କରି ବାରବାଟୀ ଦୁର୍ଗ-ଗଡଖାଇ ଏକ ଐତିହାସିକ ସ୍ମାରକି ହୋଇ ରହି ଆସିଛି । ଏକାଦଶ ଶତାବ୍ଦିରେ କଟକର ମହାନଦୀ-କାଠଯୋଡି ସଙ୍ଗମ ସ୍ଥଳରେ ଚାରିପାଖରେ ହ୍ରଦଥାଇ ଏକ ଦୁର୍ଗ ଭାବରେ ୯ ମହଲା ରାଜଧାନୀ ଭାବରେ କାର୍ଯ୍ୟକରି ଆସୁଥିଲା । କଟକ ବାରବାଟୀ ଦୁର୍ଗର ନବୀକରଣ ଓ ଉନ୍ନତି କରଣପାଇଁ ୨୦୦୮ ଓ ୨୦୦୯ ମସିହାରେ କେନ୍ଦ୍ରସରକାରଙ୍କ ଅର୍ବାନ ଇନଫ୍ରାଷ୍ଟକ୍‌ଚର ଡେଭଲପମେଣ୍ଟ ସ୍କିମ ଫର ସ୍ମଲ ଆଣ୍ଡ ମିଡ଼ିୟମ ଟାଉନ ପ୍ରୋଗ୍ରାମ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଏହି ଯୋଜନା ରେ ୧୭କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ କରି ବାରବାଟୀ ଦୁର୍ଗର ଚାରିପଟ ହ୍ରଦକୁ ଖନନ କରି ଏହାର ପୁନଃ ନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ କରିବା ଓ ଏହାର ଭିତ୍ତିଭୂମିର ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଶିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । ୨୦୦୭-୦୯ ମସିହାରେ କେନ୍ଦ୍ର ସରକାର ଏହି ଯୋଜନାରେ ୧୭କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ କରି ବାରବାଟି ଦୁର୍ଗର ଚାରିପଟ ହ୍ରଦକୁ ଖନନ କରି ଏହାର ପୁନଃ ନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ କରିବା ଓ ଏହାର ଭିତ୍ତିଭୂମିର ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । କଟକ ମୁନିସପାଲ କର୍ପୋରେସନ୍‌କୁ କିଛି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଦାୟୀତ୍ୱ ଦିଆଯାଇଥିଲା । କଟକ ମୁନିସପାଲ କର୍ପୋରେସନ୍ ଏହାକୁ ପୂର୍ଣ୍ଣାଙ୍ଗ କରିବାପରେ ଏହାର ଅନ୍ୟକାର୍ଯ୍ୟ ଗୁଡିକୁ ଅଗ୍ରଗତି ପାଇଁ ନିବେଦନ କରି ଚିଠି ଲେଖିଲେ ମଧ୍ୟ ଏହାର ଅଗ୍ରଗତି ହୋଇପାରୁ ନାହିଁ । ଏହାର ଭିତ୍ତିଭୂମି ଉନ୍ନତିକରଣ ଓ ସୈନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅବହେଳା କରି ଚାଲିଛି । ପ୍ରତ୍ନତତ୍ତ୍ୱ ବିଭାଗ ପାଖରେ ୧୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଥିଲେ ମଧ୍ୟ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ନାହିଁ କି ଏହାକୁ ପୂର୍ଣ୍ଣାଙ୍ଗ କରାଯାଉ ନାହିଁ । ଏହା ଏକ ଐତିହ୍ୟ ପ୍ରୋଜେକ୍ଟ ହୋଇଥିବାରୁ ଏବଂ ଏହା ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ନିଶିଦ୍ଧାଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନେଇପାରୁ ନାହିଁ । ବାରବାଟୀ ଦୁର୍ଗ ଭିତରେ ଓଡିଶାର ଏକମାତ୍ର ଇନ୍‌ଡୋର ଷ୍ଟାଡିୟମ୍‌, ସ୍ପୋର୍ଟସ୍ ହଷ୍ଟେଲ ଓ ସତ୍ୟବ୍ରତ ଷ୍ଟାଡିୟମ୍ ରହିଛି ଯାହାଫଳରେ କଟକ ଓଡିଶାର ସ୍ପୋର୍ଟସ୍ କ୍ୟାପିଟାଲ ଭାବରେ ପରିଚିତ । ଏହି କାର୍ଯ୍ୟର ବିଳମ୍ବତାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଓ କଟକ ମୁନିସପାଲ କର୍ପୋରେସନ୍ ବାରମ୍ବାର ଅନୁରୋଧ କରିଆସୁଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଂସଦ ଶ୍ରୀ ସିଂହ ଗତ ମାର୍ଚ୍ଚମାସ ସଂସଦ ଅଧିବେଶନରେ ଉପସ୍ଥାପନା କରି ୩ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ ବୋଲି କହିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡି ଅଗ୍ରାଧକାର ଭିତିରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରତିଶୃତି ଦେଇଥିବା ସାଂସଦ ଶ୍ରୀ ସିଂହ ସୂଚନା ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ