କଟକ ନଗର ବିଜେପି ବାରବାଟୀ ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ନଗର ବିଜେପି ବାରବାଟୀ ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ନଗର ବିଜେପି ବାରବାଟୀ ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): କେନ୍ଦ୍ରୀୟ ଭାଜପା ସଂଗଠନର ନିଷ୍ପତି ଅନୁଯାୟୀ ତୃଣ ମୂଳ ସଂଗଠନ ମଜଭୁତ କରିବା ପାଇଁ ସମସ୍ତ ମନ୍ତ୍ରୀ, ପଦାଧିକାରୀଙ୍କ ପ୍ରବାସ ଅବସରରେ କଟକ ନଗର ବିଜେପି ଶାଖାର ବାରବାଟି ଓ ମହାନଦୀ ମଣ୍ଡଳର ଦାୟିତ୍ୱ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ ଆୟୋଜିତ ବୈଠକରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବାରବାଟୀ ମଣ୍ଡଳ ସଭାନେତ୍ରୀ ନମିତା ମିଶ୍ର ଓ ମହାନଦୀ ମଣ୍ଡଳ ସଭାପତି ନିତାଇ ଗୌର ମହାନ୍ତି ବୈଠକର ନେତୃତ୍ୱ ନେଇଥିଲେ । ବୈଠକରେ ସଶକ୍ତ ମଣ୍ଡଳ ସକ୍ରିୟ ବୁଥ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶର ସମ୍ପୂର୍ଣ୍ଣ ବିକାଶର ଯୋଜନା ଗୁଡିକର ବାର୍ତ୍ତା ଓ ସୁଫଳ ଘରେ ଘରେ ପହଞ୍ଚାଇବାକୁ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଥିଲେ । ସେ ମଣ୍ଡଳର ବୁଥ ଗୁଡିକର ସ୍ଥିତିର ସମୀକ୍ଷା କରି ପ୍ରତି ମାସରେ ପୁନଃ ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ । ଉପସ୍ଥିତ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସଂଗଠନର ସକ୍ରିୟତାକୁ ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜୟ ପାଇଁ ବୁଥ ଭୋଟର ସୂଚୀ ଅଧ୍ୟୟନ ଓ ସମ୍ପର୍କ ସହ କାର୍ଯ୍ୟ କରିବାକୁ କହିଥିଲେ । ଏହି ଅବସରରେ କଟକ ଜିଲ୍ଲା କଂଗ୍ରେସ ଶ୍ରମିକ ସଂଗଠନ ସଭାପତି ଦୀପ୍ତିରଞ୍ଜନ ପଣ୍ଡା ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତଙ୍କୁ ବିଜେପି ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଦୁଇ ବୈଠକରେ ରାଜ୍ୟର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଶାରଦା ପ୍ରସାଦ ଶତପଥି, ସଜ୍ଜନ ଶର୍ମା, ବିନୋଦ ଦାଶ, ପବିତ୍ର ମୋହନ ଦାଶ, ଲକ୍ଷ୍ମୀଧର ପ୍ରଧାନ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ,କର୍ପୋରେଟର ଗୋପାଳ ବେହେରା, ଦୀପକ ଦାସ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ