କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ

News by Padmalochan Mishra (CTC)

କଟକ(ଏନ୍‌.ଏମ୍‌.): ସମାଜରେ ଏବେ ସାଇବର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟଙ୍କା ଲୁଟିବା ତ ଆଉ କେତେବେଳେ ବଦନାମ କରିବା ଭଳି ଅପରାଧ ଘଟାଇବା ପାଇଁ ସାଇବର ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଏପରିକି ସୁପ୍ରିମ କୋର୍ଟ ବିଚାରପତିଙ୍କୁ ମଧ୍ୟ ସାଇବର ଅପରାଧୀମାନେ ଛାଡ଼ି ନାହାନ୍ତି । ନିକଟ ଅତୀତରେ ହାଇ କୋର୍ଟ ରେଜିଷ୍ଟାର ଓ ବିଭାଗୀୟ ସଚିବଙ୍କୁ ମଧ୍ୟ ନିଜକୁ ସୁପ୍ରିମକୋର୍ଟ ବିଚାରପତି ପରିଚୟ ଦେଇ ବିଭିନ୍ନ ପ୍ରଶ୍ନ ପଚାରି ଉତ୍ତର ନେଇଥିଲା । ଏଭଳି ଘଟଣା ଘଟିବାର ଦିନ କେଇଟା ନପୁରୁଣୁ ଆଜି କଟକ ଜିଲ୍ଲାପାଳ ସାଇବର ଅପରାଧୀଙ୍କ ଟାର୍ଗେଟରେ ରହିଥିବା ଜଣାପଡ଼ିଛି । କେହି ଜଣେ ଅସାଧୁ ବ୍ୟକ୍ତି ଛଳନା ପୂର୍ବକ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ନାମରେ ୭୬୯୬୯୧୮୧୫୧ରେ ହ୍ୱାଟସ ଆପ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଥିଲା । ତେବେ ଏହି ହ୍ୱାଟସଆପ ନମ୍ବରରୁ ଦୁବୃର୍ତ୍ତ ଜଣକ ବିଭିନ୍ନ ତଥ୍ୟ ପ୍ରଦାନ କରି ନିଜ ସ୍ୱାର୍ଥ ହାସଲ କରିବାକୁ ଉଦ୍ୟମ କରୁଥିବା ଜିଲ୍ଲାପାଳ କହିଛନ୍ତି । ଦୁବୃର୍ତ୍ତ ଜଣକ ଏହା ମାଧ୍ୟମରେ ପ୍ରତାରିତ କରୁଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ଗଣମାଧ୍ୟମକୁ ସୂଚନା ଦେବା ସହ ଏହି ନମ୍ବରରୁ ମିଳୁଥିବା ତଥ୍ୟକୁ ଗ୍ରହଣ ନକରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଏ ସମ୍ବନ୍ଧରେ ଜିଲ୍ଲାପାଳ ସାଇବର ଅପରାଧ ପୁଲିସ ଥାନାରେ ଲିଖିତ ଏତଲା ଦେବା ସହ ପୁଲିସ ଆୟୁକ୍ତ ଏବଂ ଉପ ଆୟୁକ୍ତଙ୍କୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅବଗତ କରିଛନ୍ତି । ତେବେ ନମ୍ବରଟି କାହା ନାଁରେ ପଞ୍ଜିକରଣ ହୋଇଛି ଓ ଲୋକେସନ କ’ଣ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ବିଷୟକୁ ସାଇବର ଥାନା ପୁଲିସ ଖୋଜୁଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ