କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

କଟକର ବିଭିନ୍ନ ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ


କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଆଜି ମାରାଥନ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମ ଅନ୍ତର୍ଗତ ୩ନମ୍ବର ୱାର୍ଡ଼, ୨୪ ନମ୍ବର ୱାର୍ଡ଼, ୩୩ ନମ୍ବର ୱାର୍ଡ଼, ୪୦ନମ୍ବର ୱାର୍ଡ଼ ଓ ୫୩ ନମ୍ବର ୱାର୍ଡ଼ରେ ଥିବା ବସ୍ତିମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାଗାମିଶନ କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହ ଯୋଗ ଦେଇ ରାଜ୍ୟସରକାର ସହରାଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜାଗା ସମ୍ପର୍କ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଏକ ସ୍ଥାୟୀ ଜାଗା ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିବା କହିଥିଲେ । ଯେଉଁ ଜାଗାରେ କି ବସ୍ତିବାସିନ୍ଦା ଗୃହ ନିର୍ମାଣ କରି ସ୍ଥାୟୀଭାବେ ବସବାସ କରିପାରିବେ । ମୁଖ୍ୟମନ୍ତ୍ରୀଙ୍କର ଏହି ଗରିବ କଲ୍ୟାଣକାରୀ ଯୋଜନା ସମଗ୍ର ଦେଶରେ ପ୍ରଥମ ବୋଲି ମେୟର ମତପ୍ରକାଶ କରିଥିଲେ ।
ଏହି ଅବସରରେ ସିଏମସି ୩ନମ୍ବର ୱାର୍ଡ଼ର ସିଡିଏସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ବାବା ତିଲକାନଗର ବସ୍ତିରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ବସ୍ତିଗୁଡ଼ିକର ବିକାଶ ନିମନ୍ତେ ଅଞ୍ଚଳବାସୀଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହ ଗରିବ ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦିଆଯିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଯୋଡିବା ସହିତ ସେମାନଙ୍କୁ ପଟ୍ଟାବଣ୍ଟନ କରାଯିବା ସହ ପକ୍କା ଘର ନିର୍ମାଣ ପାଇଁ ସହାୟତା ଯୋଗାଦିଆଯିବ ବୋଲି ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ । ସେହିଭଳି ୩୩ ନମ୍ବର ୱାର୍ଡ଼ରେ ମଧ୍ୟ ଅନୁରୂପ ଭାବେ ଜାଗାମିଶନ କାର୍ଯ୍ୟକ୍ରମ ସମ୍ପର୍କରେ ବସ୍ତିବାସିନ୍ଦାଙ୍କୁ ସଚେତନତା କରାଯାଇଥିଲା । ପୁନଶ୍ଚ ସିଏମସି ୪୦ ନମ୍ବର ୱାର୍ଡ଼ରେ ମଧ୍ୟ ଆୟୋଜିତ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ସ୍ଥାନୀୟ ଯୋବ୍ରାସ୍ଥିତ ମୁକ୍ତ ବ୍ୟାୟାମ ଶାଳା ପରିସରରେ ଅନୁଠିତ ହୋଇଥିଲା । ମେୟର ଶ୍ରୀ ସିଂହ ଏହାକୁ ଉଦ୍‌ଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଝିଲ୍ଲୀ ବିହାରୀ, ପୂର୍ବତନ କର୍ପୋରେଟର ଜୟଦେବ ଜେନା ଓ ସିଏମସିର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସେହିଭଳି ୫୩ନମ୍ବର ୱାର୍ଡସ୍ଥିତ ଅନ୍ଦରପୁର ନାଗେଶ୍ୱର ଶିବ ମନ୍ଦିର ପରିସରରେ ଆୟୋଜିତ ଜାଗା ସମ୍ପର୍କ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକର ପୂର୍ବତନ ବିିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନାଙ୍କ ଅନ୍ଦରପୁର ବସ୍ତି ବାସିନ୍ଦା ସଂଘର ସଭାପତି ତଥା ସାହି ଅଧିକାରୀ ପ୍ରମୋଦ କୁମାର ଭୋଳ, ସମ୍ପାଦକ ରଂଜିତ କୁମାର ରାଉତ, କୋଷାଧକ୍ଷ ରେଣୁବାଳା ରାଉତ, ଦରଖାପାଟଣା ବସ୍ତି ବାସିନ୍ଦା ସଂଘର ସଭାପତି ସୁରେନ୍ଦ୍ର ଦେହୁରୀ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦେହୁରୀ, ସିଇଓ ଶାସ୍ୱତୀ ସ୍ୱାଇଁ, ୱାର୍ଡ ସଭାପତି ରଜନୀକାନ୍ତ ପରିଜା, ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ଅନ୍ଦରପୁର ଗୋପିନାଥଜୀୟୁ ଉନ୍ନୟନ କମିଟିର ସଭାପତି ସୁରେନ୍ଦ୍ରନାଥ ପଟ୍ଟନାୟକ, ସମ୍ପାଦକ ବିନୟ କୁମାର ଦାସ, କୋଷାଧକ୍ଷ ରବିନାରାୟଣ ମହାନ୍ତି, ବ୍ୟମୋକେଶ କାନୁନଗୋ, ବିଦୁଲତା ସ୍ୱାଇଁ, କଳ୍ପନା ମହାନ୍ତିଙ୍କ ସମେତ ମେଟ୍‌୍‌, ସ୍ୱଚ୍ଛସାଥୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ସେହିଭଳି ୨୪ ନମ୍ୱର ୱାର୍ଡ଼ ଅନ୍ତର୍ଗତ ହରିପୁର ଅଞ୍ଚଳରେ “ଜାଗା ସମ୍ପର୍କ”ମାଧ୍ୟମରେ ବସ୍ତିବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କର୍ପୋରେଟର ଦିପ୍ତିମୟୀ ମୂଳିଆଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରେଡକ୍ରସ୍ ଆୱାରନେସ କମିଟି ଚେୟାରମ୍ୟାନ ରଞ୍ଜନକୁମାର ବିଶ୍ୱାଳ, ସି.ଓ ରାଜଶ୍ରୀ ମହାନ୍ତି, ପ୍ରଭାସିନୀ ବୋଷ, ପ୍ରତାପ ମୂଳିଆ, ଉପେନ୍ଦ୍ର ବେହେରା, କାବୁଲି ମୂଳିଆ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତି କମିଟିର ସଭାନେତ୍ରୀ ସୁପ୍ରଭା ମୂଳିଆ, ସମ୍ପାଦିକା ଏମ. ଦେବୀ, କୋଷାଧ୍ୟକ୍ଷ ଜଗବନ୍ଧୁ ବାଘ ସମେତ କମିଟିର ସମସ୍ତ ସଦସ୍ୟ ଓ ୫୦୦ ରୁ ଉର୍ଦ୍ଧ ବସ୍ତି ଲୋକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ “ଜାଗା ସମ୍ପର୍କ’ ବିଷୟରେ ବସ୍ତିବାସିନ୍ଦା ଓ ଅଞ୍ଚଳବାସୀଙ୍କୁ ଆଲୋକପାତ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ