କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର

କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର

କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ୱାର୍ଡ଼ ତଥା ଅଞ୍ଚଳକୁ ସିଏମସି ମେୟର ସୁବାସ ସିଂହ କ୍ଷେତ୍ର ପରିଦର୍ଶନରେ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ତେବେ ସିଏମସି ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଥିବା ଅଭିଯୋଗ ପାଇ ମେୟର ନିଜେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ପରିପେକ୍ଷୀରେ ସି.ଡି.ଏ. ଅଂଚଳର ୪ ନମ୍ବର ୱାର୍ଡର ବିଭିର୍ଣ୍ଣ ଅଞ୍ଚଳ ସହ ମେୟର ବାଦାମବାଡ଼ି ବସଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ତେବେ ବସଷ୍ଟାଣ୍ଡରେ ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଖି ମେୟର ଉଦ୍‌ବେଗ ପ୍ରକାଶ କରିବା ସହ ବସଷ୍ଟାଣ୍ଡ ନର୍ଦ୍ଦମା ଭଳି ହୋଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମେୟର ଶ୍ରୀ ସିଂହଙ୍କ ସହିତ ସିଏମସି କମିଶନର ନିଖିଳ ପବନ କଲ୍ୟାଣ ସିଏମସିର ବିଭାଗୀୟ ଅଧିକାରୀଙ୍କ ସହ ବାଦାମବାଡ଼ି ବସଷ୍ଟାଣ୍ଡରେ ଅଚାନକ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଉପସ୍ଥିତ ରହି ବସଷ୍ଟାଣ୍ଡକୁ କିଭଳି ପରିଷ୍କାର ପରିଚ୍ଛନ୍ନ ଓ ସୁନ୍ଦର ରହିବ ସେ ନେଇ ସିଏମସି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ସିଏମସି ୱାର୍କ୍ସ କମିଟି ଅଧକ୍ଷ ପ୍ରଦୀପ କୁମାର ଖୁଣ୍ଟିଆ, ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଦିପ୍ତିମୟୀ ମୁଲିଆ, ଚୌଧୁରୀ ସୁବ୍ରତ ଘଡ଼ାଇ, ପୂର୍ବତନ ଡେପୁଟି ମେୟର ତଥା ବସ ଆସୋସିଏସନର ସାଧାରଣ ସମ୍ପାଦକ ଅଜୟ କୁମାର ବାରିକ, ସଭାପତି ପ୍ରିୟବ୍ରତ ତ୍ରିପାଠୀ , ଜଏଣ୍ଟ ସେକ୍ରେଟେରୀ-ବି ଖଣ୍ଡ , ବିଜୁ ଶ୍ରମିକ ସାମୁଖ୍ୟର ନେତା ରାଜୀବ ମହାନ୍ତି, ନିମାଇଁ ବିଶ୍ୱାଳ, ଜଗନ୍ନାଥ ସାହୁ , ଦେବେନ୍ଦ୍ର ପାଣିଗ୍ରାହୀ, ଜଗନ୍ନାଥ ସ୍ୱାଇଁ, ଆଇନଜୀବୀ ଦେବେନ୍ଦ୍ର ଧଳଙ୍କ ସମେତ ସ୍ଥାନୀୟ ବ୍ୟବସାୟୀ ଉପସ୍ଥିତ ଥିଲେ । ସେହିଭଳି ସିଡିଏ ଅଞ୍ଚଳ ପରିଦର୍ଶନ ବେଳେ ମେୟରଙ୍କ ସହ ବିଜୁ ଲିଗାଲ ସେଲ ସମ୍ପଦକ ଶୁଭ୍ରାଂଶୁ ମହାନ୍ତି, ପ୍ରକାଶ ସିଂ , ୪ନମ୍ବର ୱାର୍ଡ କର୍ପୋରେଟର ପ୍ରିୟମ୍ବଦା ମହାନ୍ତି , ୩ନମ୍ବର ୱାର୍ଡ କର୍ପୋରେଟର ପ୍ରଦୀପ ରାଉତ, ଅକ୍ଷୟ ମହାନ୍ତି , ପି କେ ଶତପଥି, ସୂର୍ଯ୍ୟମଣି ବେହେରା,ସୁଦାମ ବେହେରା, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ