କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

News By Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): କଟକ ସହରରେ କିନ୍ନରମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସାବିତ୍ରୀ ବ୍ରତ ପାଳନ କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସ୍ଥାନୀୟ ଶଙ୍କରପୁର ଡିହସାହିସ୍ଥିତ ସାମୁଲେଇ ମନ୍ଦିର ପ୍ରାଙ୍ଗଣରେ କିନ୍ନରମାନେ ନବ ବସ୍ତ୍ର ପରିଧାନ କରି ସାବିତ୍ରୀ ବ୍ରତ ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଶଙ୍ଖା, ସିନ୍ଦୁର ସହିତ ବିଭିନ୍ନ ଫଳମୂଳରେ ଭରା ଭୋଗ ଡାଲା ଧରି ମା’ଙ୍କ ମନ୍ଦିରରେ କିନ୍ନରମାନେ ସମ୍ମିଳିତ ହୋଇ ପାଲନ କରିଥିଲେ ସାବିତ୍ରୀ ବ୍ରତ । ସେହିଭଳି ସ୍ଥାନୀୟ ମାଲଗୋଦାମ ସ୍ଥିତ ତାରାଘର ବସ୍ତି ଅଞ୍ଚଳରେ ବସବାସ କରୁଥିବା କିନ୍ନରମାନଙ୍କ ପକ୍ଷରୁ ମଧ୍ୟ ସାବିତ୍ରୀ ବ୍ରତ ବଡ଼ ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ମଧ୍ୟାନ୍ନ ସମୟରେ ଏକ ବରଗଛମୂଳେ ଜଣେ ବ୍ରାହ୍ମଣଙ୍କ ଦ୍ୱାରା ମା’ ସାବିତ୍ରୀଙ୍କ ଘଟ ସ୍ଥାପନ କରାଯାଇ କିନ୍ନରମାନେ ବିଭିନ୍ନ ଫଳମୂଳର ଡାଲା ରଖି ମା’ଙ୍କୁ ଆରଧନା କରି ସେମାନଙ୍କ ଜୀବନଶୈଳୀ ସୁଖମୟ ହେବା ମନାସୀଥିଲେ । ପୂଜାରେ ଧୂପ, ଦୀପ, ପୁଷ୍ପ ଅର୍ପଣ କରି ପାଚିଲା ଆମ୍ବ, ପଣସ, ସପୁରୀ, ତାଳସଜ, ନଡ଼ିଆ, କଦଳୀ, ଲିଚୁ, ପିଜୁଳି, ଅଙ୍ଗୁର, କାକୁଡ଼ି ଆଦି ବିଭିନ୍ନ ଫଳମୂଳ ଦ୍ୱାରା ମା’ଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ