କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ
ଦିନ ଭିନ୍ନ ଭିନ୍ନ କ୍ଷେତ୍ରରେ କଳାଟଙ୍କାର ନୂଆ ଦିଗ ଲୋକ ଲୋଚନକୁ ଆସୁଛି: ଜଷ୍ଟିସ୍ ପଶାୟତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଳାଟଙ୍କା ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାଟଙ୍କା ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ଦେଶ ଭିତରେ ଯେଉଁ କଳା ଟଙ୍କା କାରବାର ହେଉଛି ତା ଉପରେ କିପରି ପ୍ରତିବନ୍ଧକ ଲଗାଯାଇପାରିବ ସେ ନେଇ ଜଷ୍ଟିସ୍ ପଶାୟତ ଏସ୍‌ଆଇଟି ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ବିଶେଷ କରି ବେଆଇନ ଅର୍ଥ କାରବାର ଓ ଠକେଇ ଘଟଣାରେ ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି । ବିଶେଷ କରି ସମାନ ଠକେଇ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ଭିଜିଲାନସ୍ ବିଭାଗ ଭଳି ଭିନ୍ନ ଭିନ୍ନ ବିଭାଗ ତଦନ୍ତ କରୁଛନ୍ତି । ତେବେ କମିଶନ ଖୁବ୍ ଶିଘ୍ର ସରକାରଙ୍କୁ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ । ଇତି ମଧ୍ୟରେ କମିଶନ ୮ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିସାରିଲେଣି । ଏସ୍‌ଆଇଟି ଦେଶ ଓ ଦେଶ ବାହାରେ ଥିବା କଳାଟଙ୍କା ସମ୍ପର୍କରେ ତଦନ୍ତ କରୁଥିବାବେଳେ ଦେଶରେ ଏହି ସମୟରେ ଦିନକୁ ଦିନ ଭିନ୍ନ ଭିନ୍ନ କ୍ଷେତ୍ରରେ କଳାଟଙ୍କାର ନୂଆ ଦିଗ ଲୋକ ଲୋଚନକୁ ଆସୁଛି ବୋଲି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତ ସୂଚନା ଦେଇଥିଲେ । ସେହିପରି ଆଗକୁ ଦୁର୍ନିତି ନିବାରଣ ଆଇନରେ ମାମଲା ରୁଜୁ ହେଲେ ପ୍ରଥମେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୂଚନା ଦିଆଯିବା ଉପରେ ଜଷ୍ଟିସ୍ ପଶାୟତ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ବୈଠକରେ ଇଡିର ନିର୍ଦ୍ଦେଶକ, ଆୟକର ବିଭାଗ, ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେସ୍ ଦିଲ୍ଲୀର ଅଧିକାରୀ ତଥା ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ