କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା
‘ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ ସଂସ୍କାର ଆସିବ’

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାରବାଟୀ ପ୍ୟାଲେସ ଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ଯୋଗଦେଇ ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ ହୋଇ ରହିଯାଉଥିବାବେଳେ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ଯତ୍ନବାନ ହେଲେ ହିଁ ସମାଜର ପରିବର୍ତ୍ତନ ସମ୍ଭବ । ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ, ତାହା ପରିବର୍ତ୍ତନ ବା ସଂସ୍କାର ଆଣିପାରିବ ବୋଲି ସେ କହିଥିଲେ । ତେବେ ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟିତ୍ୱ ବୋଲି ମତପ୍ରକାଶ ପାଇଥିଲା । ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସୁସ୍ଥ ସାମ୍ବାଦିକତା ସମାଜ ପରିବର୍ତ୍ତନରେ ସହାୟକ ହୋଇ ପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଥିଲେ । ସମ୍ମାନିତ ବକ୍ତାଭାବେ ଦୈନିକ ଖବରକାଗଜ ସମାଜର ସମ୍ପାଦକ କାନନ ବିହାରୀ ଦାଶ ଯୋଗଦେଇ ଗଣମାଧ୍ୟମ ସ୍ୱାଧୀନ ହେବା ସହ ଲୋକଙ୍କୁ ଦାୟିତ୍ୱ ସମ୍ପନ୍ନ ଭାବେ ସଠିକ ତଥ୍ୟ ପରିବେଷଣ କରିବା ଆବଶ୍ୟକ । ଗଣମାଧ୍ୟମ ପ୍ରତିନିଧି ଚାପରେ ରହିବା ସତ୍ତ୍ୱେ ତଥ୍ୟ ତା ବାଟରେ ଯିବା ଆବଶ୍ୟକ ଓ ତୃଣମୂଳ ସ୍ତରର ସଫଳତା ଗଣମାଧ୍ୟମରେ ବହୁଳ ଭାବେ ପ୍ରଚାର ହେବା ଦରକାର ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କଟକ ଜିଲ୍ଲା ପରିଷଦର ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବର କୁମାର କର ଯୋଗଦେଇ କିଛିଟା ବାଧ୍ୟବାଧକତା ଦୃଷ୍ଟିରୁ କେତେକ ସମସ୍ୟା ଲୋକ ଲୋଚନକୁ ଆସିପାରୁ ନଥିବାବେଳେ, ତାହାକୁ ଲୋକଲୋଚନକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ଯୋଗଦେଇ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ କିପରି ସୁଦୃଢ଼ ହେବ ତାହା ବାର୍ତ୍ତାଳାପର ପ୍ରମୁଖ ଉଦ୍ଦେଶ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ କ୍ରୀଡାବିତ ତଥା ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଯୋଗଦେଇ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଓ ଫିଟ ଇଣ୍ଡିଆ ଯୋଜନା ଦ୍ୱାରା ତୃଣମୂଳସ୍ତରରୁ ଦେଶରେ ଉତ୍ତମ କ୍ରୀଡାବିତ ସୃଷ୍ଟି ହେବାର ସୁଯୋଗ ପାଇଛନ୍ତି ଓ ଗଣମାଧ୍ୟମର ପ୍ରୋତ୍ସାହନ କ୍ରୀଡାବିତଙ୍କୁ ସଫଳତା ହାସଲ କରିବାରେ ପ୍ରେରଣାଦାୟୀ ହୋଇଛି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନତା ନେଇ ଗଣମାଧ୍ୟମର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିବାବେଳେ, କଟକ ଅଗ୍ରଣୀବ୍ୟାଙ୍କ ପ୍ରବନ୍ଧକ ରାଜେଶ ବେହେରା ମୁଦ୍ରା, ସୁକନ୍ୟା ସମୃଦ୍ଧି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ଉପାଦେୟତା ନେଇ ସୂଚନା ଦେଇଥିଲେ । କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସାମ୍ବାଦିକ କଲ୍ୟାଣ ପାଣ୍ଠି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ସ୍ୱଚ୍ଛ ଭାରତ, ଉଜ୍ୱଳା ଓ ପିଏମ ଜନଧନ ଯୋଜନାର ହିତାଧିକାରୀମାନେ ସେମାନେ କିପରି ଏହି କଲ୍ୟାଣକାରୀ ଯୋଜନାର ସୁଫଳ ଯାଇଛନ୍ତି ତାହା ବର୍ଣ୍ଣନା କରିଥିଲେ । କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି