କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?


ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାର ଅମୃତ ଯୋଜନା ମାଧ୍ୟମରେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏବେ ଦିଗହରା ହେବାରେ ଲାଗିଛି । ଏହି ଯୋଜନା ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ପାଣି ପାଇପ ବିଛା ଯାଇଥିଲେ ମଧ୍ୟ ଜନସାଧାରଣଙ୍କୁ ଏଯାଏ ପାନୀୟଜଳ ଯୋଗାଣ କରାଯାଇ ପାରିନଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ଉଠିଛି । ତେବେ ଏହି ପ୍ରକଳ୍ପରେ ଯେଉଁ ଅଞ୍ଚଳରେ ରାସ୍ତା ଖୋଲି ପାଇପ ବିଛା ଯାଇଥିଲା ସେଠାରେ ରାସ୍ତା ମରାମତି କରାନଯିବା ଯୋଗୁଁ ବର୍ଷ ବର୍ଷ ଧରି ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇ ପଡ଼ୁଛି । ସେହିଭଳି ସିଏମସି ୪୮ନମ୍ବର ୱାର୍ଡ଼ରେ ଅମୃତ ଯୋଜନା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି । ସାଧାରଣତଃ ପୁରୁଣା ଜଗତପୁର ଅଞ୍ଚଳର ୫ ଗୋଟି ସାହିରଜନ ସାଧାରଣଙ୍କ ମୁଖ୍ୟ ରାସ୍ତା ସମ୍ମୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । କଂକ୍ରିଟ ରାସ୍ତା ତଡାଯାଇ ଯେଉଁ ପାଇପ ଲାଇନ ବିଛାଇବା ପରେ ବିଭାଗ ପକ୍ଷରୁ ଆଉ ରାସ୍ତା ମରାମତି କରାଗଲା ନାହିଁ । ଫଳରେ ଉକ୍ତ ରାସ୍ତା ଏକ ପ୍ରକାର ମରଣଯନ୍ତା ପାଲଟିଯାଇଛି । ତେବେ ବର୍ଷ ବର୍ଷ ଧରି ଏହି ସବୁ ରାସ୍ତା ଖୋଳାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ରାସ୍ତାକୁ ମରାମତି କରାଯାଉନାହିଁ । ଏହି ଯୋଜନାରେ ସାଧାରଣ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଲେ ସତ କିନ୍ତୁ ଜନସାଧାରଣଙ୍କୁ ଆଉ ଏକ ନୂଆ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ଅନ୍ୟପକ୍ଷରେ ଏହି ଯୋଜନାରେ ପ୍ରତି ସାହି, ବସ୍ତି ଓ ଗାଁ ମାନଙ୍କରେ ରାସ୍ତା ଖୋଳାଯାଇ ପାଇପ ଲାଇନ ବିଛା ଗଲା ଏବଂ ଲୋକମାନଙ୍କ ଘରକୁ ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ଦିଆଗଲା । କିନ୍ତୁ ଏହି ଗାଁ ମାନଙ୍କୁ ପାଇପ ନେବା ପାଇଁ ଯେଉଁ ରାସ୍ତା ଘାଟ ସବୁ ଖୋଳା ଯାଇଥିଲା ସେ ସବୁ ମରାମତି କରିବାକୁ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ଫଳରେ ବିପର୍ଯ୍ୟସ୍ତ ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ପୁରୁଣା ଜଗତପୁର ଅଞ୍ଚଳର ଠାକୁରସାହି, ଖର୍ଦ୍ଦା ସାହି, ତେଲି ସାହି, ପ୍ରଭୁତି ଏହି ପାଞ୍ଚ ଗୋଟି ସାହି ବାସିନ୍ଦାମାନଙ୍କର ଗ୍ରାମ ମୁଖ୍ୟ ରାସ୍ତାକୁ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ